Wednesday, March 11, 2026
36.7 C
Odisha

    କେନ୍ଦ୍ର ସରକାର ଆଣିଲେ ନୂଆ ଆଇନ, CAPF General Administration Bill କୁ ଅନୁମୋଦନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଣିଲେ ନୂଆ ଆଇନ । କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ CAPF General Administration Bill କୁ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା CRPF, BSF, ITBP ଭଳି କେନ୍ଦ୍ରୀୟ ସୁରକ୍ଷା ବଳର ବଡ଼ ପଦବୀଗୁଡ଼ିକରେ IPS ଅଫିସରମାନଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆହୁରି ମଜବୁତ ହେବ । ​ ବିଲ୍ ଅନୁସାରେ DIG ଏବଂ IG ପାହ୍ୟାର ବଡ଼ ପଦବୀଗୁଡ଼ିକରେ IPS ଅଫିସରମାନେ ପୂର୍ବଭଳି ଡେପୁଟେସନ୍ ରେ ଆସି କାମ କରିପାରିବେ।

    ବର୍ତ୍ତମାନର ନିୟମ ଅନୁସାରେ DIG ସ୍ତରରେ ୨୦% ଏବଂ IG ସ୍ତରରେ ୫୦% ପଦବୀ IPS ମାନଙ୍କ ପାଇଁ ସଂରକ୍ଷିତ ଅଛି । ୨୦୨୫ ମସିହାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ, ସୁରକ୍ଷା ବଳର ନିଜସ୍ୱ ଅଫିସରମାନଙ୍କୁ ଅଧିକ ପଦୋନ୍ନତି ମିଳିବା ଦରକାର ଏବଂ IPS ମାନଙ୍କ ସଂଖ୍ୟା ଧୀରେ ଧୀରେ କମାଇବା ଉଚିତ । ସୁପ୍ରିମକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ଆଇନଗତ ଭାବେ ବଦଳାଇବା ପାଇଁ କେନ୍ଦ୍ର ସରକାର ଏହି ନୂଆ ବିଲ୍ ଆଣିଛନ୍ତି । ସରକାରଙ୍କ ଯୁକ୍ତି ହେଉଛି ଯେ, IPS ଅଫିସରମାନେ ରହିଲେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହଜ ହେବ। ସୁରକ୍ଷା ବଳର ନିଜସ୍ୱ ଅଫିସରମାନେ ଏହାକୁ ବିରୋଧ କରୁଛନ୍ତି । ସେମାନଙ୍କ କହିବା କଥା ହେଉଛି, ବାହାରୁ IPS ଅଫିସର ଆସି ବଡ଼ ପଦବୀରେ ବସିବା ଯୋଗୁଁ ସୁରକ୍ଷା ବଳରେ ବର୍ଷ ବର୍ଷ ଧରି କାମ କରୁଥିବା ଅଫିସରମାନଙ୍କର ପଦୋନ୍ନତି ବାଧାପ୍ରାପ୍ତ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.7 ° C
    36.7 °
    36.7 °
    16 %
    3.8kmh
    0 %
    Wed
    37 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ