Monday, September 28, 2026
22.5 C
Odisha

    କେମିତି କଟିବ ଆଜିର ଦିନ

    ଆଗକୁ ପଢନ୍ତୁ

    ମେଷ : ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା ଏବଂ ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ମନ ଭିତରେ ଦୁଃଖ ଭରି ରହିଥିଲେ ମଧ୍ୟ ପାରିବାରିକ ପରିସ୍ଥିତିକୁ ସମ୍ଭାଳି ନେବେ।

    ବୃଷ : ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସମ୍ପନ୍ନ ହୋଇଯିବ। ପରିବାରରେ ସ୍ନେହ ଓ ସମ୍ମାନର ଅଭାବ ସାମୟିକ ମନରେ ବହୁତ କ୍ଷୋଭ ଆଣିପାରେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ପରକ୍ଷଣରେ ବେଶି ଚିନ୍ତା କରିବାକୁ ପଡିବ।

    ମିଥୁନ : ପାରସ୍ପରିକ କଳହ ଲାଗିପାରେ। ଯେଉଁ କାମରେ ହାତ ଦେଲେ ମଧ୍ୟ ସବୁକିଛି ବିଗିଡି ଯାଉଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସାବଧାନ ଶତ୍ରୁତା ଉପୁଜିପାରେ । ବନ୍ଧୁମିଳନ, ଦୂରଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ରହିବ ନାହିଁ।

    କର୍କଟ : ପରିସ୍ଥିତି ଅନୁକୂଳ ରହିବା କାରଣରୁ ମାନସିକ ସ୍ତରରେ ଉତ୍ସାହିତ ରହିବେ। ବିଶ୍ରାମହୀନ କାର୍ଯ୍ୟ, କଠୋର ପରିଶ୍ରମ ଓ ଖାଦ୍ୟପେୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହେବ। ସମ୍ପୂର୍ଣ୍ଣ ଆଶା ପୂରଣ ନ ହେଲେ ମଧ୍ୟ ଉପକୃତ ହୋଇପାରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଅଚାନକ ସମସ୍ୟା ସୃଷ୍ଟି ହୋଇ ପାରେ।

    ସିଂହ : ଅନ୍ୟମାନଙ୍କୁ ବୁଝାଇ ଶୁଝାଇ କାମ ହାସଲ ପାଇଁ ଚେଷ୍ଟା କଲେ ହୁଏତ ଉପକୃତ ହୋଇପାରିବେ। ବୁଝାମଣାର ଅଭାବ କିମ୍ବା ପକ୍ଷପାତିତା କାରଣରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ସାମାଜିକ ସ୍ତରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ପରିଜନଙ୍କ ସହ ଯାତ୍ରା କାଳରେ ମିତ୍ରତା ସୃଷ୍ଟି କରିପାରନ୍ତି।

    କନ୍ୟା : କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୋଇ ଆଜିର କାମ ସମ୍ପନ୍ନ କରିପାରିବେ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ବିଶ୍ୱାସ କରି କାମ କଲେ ଅସୁବିଧାରେ ପଡିପାରନ୍ତି। ନୂତନ କର୍ମାରମ୍ଭ ସକାଶେ ପରିବାରରୁ ପ୍ରତିରୋଧର ସମ୍ଭାବନା ରହିଛି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମନ ଦୁଃଖ ରହିବ।

    ତୁଳା : ଆଜି ଆତ୍ମବଳ ଓ ଦକ୍ଷତା ମାଧ୍ୟମରେ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିପାରିବେ। ଲାଗିରହିଥିବା ପାରିବାରିକ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ। ପଡ଼ୋଶୀମାନେ ନିଜର ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଅଯଥା ମିଥ୍ୟାରୋପ କରି କଳହ କରିପାରନ୍ତି । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ଦୁଶ୍ଚିନ୍ତା ବଢି ଯାଇପାରେ।

    ବିଛା : ଆଜିର କାମ ସବୁ ଠିକ୍‌ ଠିକ୍‌ ହୋଇଯିବ କିନ୍ତୁ ତରବରିଆ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। ବନ୍ଧୁଙ୍କ ଆଦର, ଗୌରବରେ ନିଜର ଅତୀତ ଦୁଃଖକୁ ଭୁଲି ଯାଇପାରନ୍ତି। ସଭାସମିତି, ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟ, ସତ୍‌ସଙ୍ଗରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ।

    ଧନୁ : ଧୀରେ ଧୀରେ ପୂର୍ବ ସମସ୍ୟା ବଦଳି ଯାଇ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ସାମୟିକ ଖୁସି ରହିବେ। ପ୍ରଶାସନିକ ସ୍ତରରେ କିମ୍ବା ଅଫିସ କାମରେ ଟେନସନ୍‌ ବଢିପାରେ। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟର ଆଶଙ୍କା ରହିଛି। ଆକସ୍ମିକ ଦୂରଯାତ୍ରା, ବନ୍ଧୁ ମିଳନଜନିତ ଆନନ୍ଦ ଅନୁଭବ କରିବେ।

    ମକର : ବନ୍ଧୁମାନଙ୍କ ସହଯୋଗ କ୍ରମେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଉପରିସ୍ଥଙ୍କ ନିକଟରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି।

    କୁମ୍ଭ : ନିଜର ଲୋକଙ୍କ ପରୋକ୍ଷ ଶତ୍ରୁତା ଓ ବିରୋଧ ମନୋଭାବ ଯୋଗୁ ମାନସିକ ସ୍ତରରେ ବିଚଳିତବୋଧ କରିବେ। ନିର୍ମାଣ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବେ। କଚେରି ମାମଲା, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି।

    ମୀନ : ପରିବାରରେ ଏବଂ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟିହେବାର ଆଶଙ୍କା ରହିଛି। ବ୍ୟୟ ଭାର କମି ଆସିବାରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି। ଆଜିର କର୍ମକ୍ଷେତ୍ରରେ ଶୀଘ୍ର କାମଟି ଶେଷ କରିବା ପାଇଁ ବ୍ୟସ୍ତ ହୋଇପଡିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ