Tuesday, April 15, 2025
25.4 C
Odisha

    କେମିତି ଜାଣିବେ ତରଭୁଜ ଅସଲି କି ନକଲି

    ଆଗକୁ ପଢନ୍ତୁ

    ବିଭିନ୍ନ ପ୍ରକାର ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରଖିବା ସହ ଶକ୍ତି ମଧ୍ୟ ଯୋଗାଇଥାଏ । ବିଶେଷ କରି ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫଳ ବଜାରରେ ଉପଲବ୍ଧ ହୋଇଥାଏ । ବର୍ତ୍ତମାନ ଅସହ୍ୟ ଗରମ ଅନୁଭୂତ ହେଲାଣି । ଖରାଦିନେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ । ତରଭୁଜରେ ପ୍ରାୟ ୯୨% ଜଳ ରହିଥାଏ । ଯାହା ଶରୀରରେ ଜଳର ଅଭାବକୁ ଦୂର କରିଥାଏ। ଖରାଦିନେ ଜଳୀୟଅଂଶର ଅଭାବକୁ ଏହା ପୂରଣ କରିଥାଏ। ଏଥିରେ ଫାଇବର ଭରପୁର ମାତ୍ରାରେ ଥିବାରୁ ପେଟ ପାଇଁ ମଧ୍ୟ ଖୁବ୍‌ ଉପକାରୀ ।

    ତରଭୁଜ କାଟିବା ପରେ ଏଥିରେ ସୂତା ଧଳା କପଡା ଗୁଡାଇ ଦିଅନ୍ତୁ । ଯଦି କପଡାରେ ଲାଲ ରଙ୍ଗ ଲାଗିଥାଏ । ତେବେ ଜାଣିବେ ଏଥିରେ କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଛି ।

    ଶୀଘ୍ର ତରଭୁଜକୁ ପଚାଇବା ପାଇଁ କାର୍ବାଇଟ୍‌ର ବ୍ୟବହାର କରାଯାଏ । ଏହାସହ ଏକ ପ୍ରକାର ଧଳା ରାସାୟନିକ ଗୁଣ୍ଡ ମଧ୍ୟ ବ୍ୟବହାର କରାଯାଏ । ତେଣୁ ତରଭୁଜ ଉପରେ ଧଳା ରଙ୍ଗର ଗୁଣ୍ଡ ଲାଗିଥିଲେ, ଏହାକୁ କିଣି ଆଣନ୍ତୁ ନାହିଁ ।

    ସେହିପରି ତରଭୁଜର ଆକାର ବଡ କରିବା ପାଇଁ ଏକ ପ୍ରକାର କେମିକାଲ୍‌ ବ୍ୟବହାର କରାଯାଏ । ତେଣୁ ଅତି ବଡ ଆକାରର ତରଭୁଜ କିଣନ୍ତୁ ନାହିଁ ।

    ଏହାସହ ହଳଦିଆ ଦାଗ ଥିବା ତରଭୁଜ କିଣିବା ଉଚିତ୍‌ । ତରଭୁଜ କ୍ଷେତରେ ଭୂମି ସହ ଲାଗି ରହିଲେ, ହଳଦିଆ ରଙ୍ଗ ଏଥିରେ ସୃଷ୍ଟି ହୋଇଥାଏ । ଏଥିରେ ରାସାୟନିକ ଦ୍ରବ୍ୟ ବ୍ୟବହାର ହୋଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.4 ° C
    25.4 °
    25.4 °
    66 %
    2.4kmh
    79 %
    Tue
    25 °
    Wed
    38 °
    Thu
    41 °
    Fri
    42 °
    Sat
    43 °

    ସମ୍ବନ୍ଧିତ