Monday, October 19, 2026
23.2 C
Odisha

    କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଜାଣନ୍ତୁ

    ଆଗକୁ ପଢନ୍ତୁ

    କଟକ: ଦେଶର ଯେଉଁକିଛି ବିଶ୍ୱ ବିଦ୍ୟାଳୟ ଅଛି ସେଥିମଧ୍ୟରୁ ରେଭେନ୍ସା ହେଉଛି ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ। ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରିବା ନେଇ ବିଷୟବସ୍ତୁ ଉଠାଇଥିଲେ। ଏବଂ ତାହା ପରେ ଆଲୋଚନାର ପରିସରକୁ ଆସିଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ଓ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଛନ୍ତି। ତେବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ନାମକରଣ ହେବା ପଛରେ ହେବାର କ’ଣ ରହିଛି ଇତିହାସ।
    ରେଭେନ୍ସା କିଏ? ଆସନ୍ତୁ ଜାଣିବା… କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ରେଭେନ୍ସା ନାମ ପରିବର୍ତ୍ତନର ପ୍ରସଙ୍ଗ ଉଠାଇ ବିତର୍କର ସୂତ୍ରପାତ କରିଛନ୍ତି। ରେଭେନ୍ସା ଯାହା ଦେଶର ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। ଯାହାର ଇତିହାସ ୨୦ କି ୩୦ ବର୍ଷ ନୁହେଁ ୧୫୬ ବର୍ଷ ପୁରୁଣା। ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନାମକରଣ ବ୍ରିଟିଶ ପ୍ରଶାସକ ଥୋମାସ ଏଡଓ୍ବର୍ଡ ରେଭେନ୍ସାଙ୍କ ନାମ ଅନୁଯାୟୀ ଦିଆଯାଇଛି।

    ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ଅଧିକାରୀ ଜନ ହୁରଦିସ ରେଭେନ୍ସାଙ୍କ ପରିବାରରେ ଜନ୍ମ ଥୋମାସ ଏଡଓ୍ବାର୍ଡ ରେଭେନ୍ସା ୧୮୬୫ ମସିହାରେ ଓଡ଼ିଶା ଡିଭିଜନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରନ୍ତି। ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଆଗକୁ ବଢାଇବା ପାଇଁ ରେଭେନ୍ସା କଲେଜ ସ୍ଥାପନ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ମଧ୍ୟରୁ ଅନ୍ୟତମ ଥିଲା। ୧୮୬୬ରେ ହୋଇଥିବା ଦୁର୍ଭିକ୍ଷରେ ଓଡ଼ିଶାରେ ପ୍ରାୟ ୨ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଇଂରେଜ ଶାସନାଧିନ ଭାରତବର୍ଷରେ ଓଡିଶାପାଇଁ ଏହା ଗୋଟିଏ କଳଙ୍କମୟ ଇତିହାସ ଥିଲା। ଓଡ଼ିଶା ନଅଙ୍କ ଦୁର୍ଭିକ୍ଷ ଦେଇ ଗତି କରୁଥିବାବେଳେ କମିଶନରଙ୍କ ପାଖରେ ଖବର ପହଞ୍ଚେ ଯେ ଓଡ଼ିଶାର କୃଷକମାନେ କର ପଇଠ ନ କରିବାକୁ ଏଭଳି ବାହାନା କରୁଛନ୍ତି। ତେବେ କିଛି ବଙ୍ଗୀୟ ଅଧିକାରୀଙ୍କ ଏହି ଭ୍ରମାତ୍ମକ ବିବୃତ୍ତିରେ ରେଭେନ୍ସା ଭଳି ଯାଆନ୍ତି । ଏବଂ ପରେ ଓଡ଼ିଶା କୃଷକମାନଙ୍କଠାରୁ ୨୦ ହଜାର ଟନର ଚାଉଳ ବଙ୍ଗଳାକୁ ରତ୍ପାନୀ କରି ଦିଆଯାଏ । କିନ୍ତୁ ପରେ ନିଜେ କମିଟି ଗଠନ କରି ସ୍ଥିତି ପରଖିବା ପରେ ରେଭେନ୍ସା ନିଜ ଭୁଲ ବୁଝି ପାରନ୍ତି। ପୋକ ମାଛି ପରି ମରୁଥିବା ଲୋକମାନଙ୍କୁ ଦେଖି ସମ୍ବେଦନଶୀଳ ହୋଇପଡନ୍ତି ସାହେବ। ବଙ୍ଗୀୟ ଅଧିକାରୀଙ୍କ ସଠତା ଜାଣିବା ପରେ, ଓଡ଼ିଶା ଲୋକଙ୍କ ଶିକ୍ଷା, ସରକାରୀ ଚାକରିରେ ଭାଗିଦାରି ନେଇ ଚେଷ୍ଟିତ ହୁଅନ୍ତି । ଓଡ଼ିଶା ବିକାଶ ପାଇଁ ଓ ପୋଥୀର ସଂରକ୍ଷଣ, ଓ ପ୍ରିଣ୍ଟି ପ୍ରେସର ସ୍ଥାପନ ଦିଗରେ ସେ କାମ କରନ୍ତି। କିଛି ଗବେଷଣା ଏହା ମଧ୍ୟ କୁହେ ଯେ, ଗୌରୀଶଙ୍କର ରାୟଙ୍କ ସହ ସାମିଲ ହୋଇ ସେ ‘କଟକ ପ୍ରିଟିଙ୍ଗ କମ୍ପାନୀ’ ବସାଇବାରେ ସାହାଯ୍ୟ କରିଥିଲେ ଓ ଏହାର ଅଂଶଧନ ମଧ୍ୟ କିଣିଥିଲେ। ଓଡ଼ିଶାରେ ଦୁର୍ଭିକ୍ଷ ପରେ ଶିକ୍ଷା କ୍ଷେତ୍ରରେ ଗୁଣମାନ ଶିକ୍ଷାର ମହତ୍ୱ ବିଚାର କରି ରେଭେନ୍ସା ବଡ଼ ନିଷ୍ପତ୍ତି ନିଅନ୍ତି। ୧୮୬୮ ମସିହାରେ କଟକ ଜିଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହୁଏ। ପରେ ୧୮୭୬ରେ ଏହା ସମ୍ପୂର୍ଣ୍ଣ ଭାବେ ପ୍ରଥମ ଶ୍ରେଣୀର କଲେଜ ଭାବେ ପୁନଃ ନବୀକରଣ ହୋଇଥିଲା। କଲେଜର ରୂପ ନେବା ପରେ ଏହା କଟକ କଲେଜ ଭାବରେ ପରିଗଣିତ ହୋଇଥିଲା। ଯେଉଁ ପର୍ଯ୍ୟନ୍ତ ଏହାର ନାମ ରେଭେନ୍ସା କଲେଜ ହୋଇ ନ ଥିଲା ସେପର୍ଯ୍ୟନ୍ତ ଏହା କଟକ କଲେଜ ଭାବରେ ପରିଚିତ ହୁଏ। ପରବର୍ତ୍ତୀ ସମୟରେ ଏହା ‘ରେଭେନ୍ସା ମହାବିଦ୍ୟାଳୟ’ ନାମରେ ପରିଚିତ ହୁଏ। ନାରୀଶିକ୍ଷା ଗୁରୁତ୍ୱକୁ ଅନୁଭବ କରି ରେଭେନ୍ସା ମହିଳାଙ୍କୁ ପାଠ ପଢିବାର ପ୍ରକ୍ରୟା ପ୍ରଥମେ ଆରମ୍ଭ କରିଥିଲେ। ସେତେବେଳେ ନାରୀଶିକ୍ଷାର ଏତେ ପ୍ରଚାର ପ୍ରସାର ନ ଥିବାରୁ ଝିଅମାନଙ୍କୁ ସ୍କୁଲ ଛାଡିବାକୁ କେହି ପ୍ରସ୍ତୁତ ନ ଥିଲେ। ତେବେ ତାଙ୍କ ପ୍ରୟାସରେ ବିତ୍ତୀୟ ସହାୟତା ମଞ୍ଜୁର ହେବା ପରେ କଟକରେ ଏକ ଗର୍ଲସସ୍କୁଲ ସ୍ଥାପନ ହୋଇଥିଲା। ୧୮୭୩ରେ ଏହି ଗଲର୍‌ସସ୍କୁଲ ହିନ୍ଦୁ ଗଲର୍‌ସ ସ୍କୁଲ ଭାବେ ପରିଗଣିତ ହୋଇଥିଲା। ୧୮୭୯ରେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ରେଭେନ୍ସା ଓଡ଼ିଶାର କିଛି ରାଜାମାନଙ୍କୁ କଲେଜ ପାଇଁ ଅର୍ଥ ଦାନ କରିବା ପାଇଁ ନିବେଦନ କରନ୍ତି। ମୟୁରଭଞ୍ଜ ମହାରାଜା, କୃଷ୍ଣଚନ୍ଦ୍ର ଭଞ୍ଜଦେଓ, କୁଜଙ୍ଗ ରାଜା, କାଶିମ ବଜାର ରାଣୀ, ପାଣ୍ଡୁଆ ଜମିଦାର ଏବଂ ଅନେକ କଲେଜ ପାଇଁ ସାହାଯ୍ୟ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ