Sunday, October 25, 2026
21.5 C
Odisha

    କେରଳରେ ପୁଣି ବ୍ୟାପୁଛି ନିପା ଭୂତାଣୁ

    ଆଗକୁ ପଢନ୍ତୁ

    କେରଳରେ ପୁଣି ନିପା ଭାଇରସ୍ ଆତଙ୍କ । ମଲ୍ଲାପୁରମରୁ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ୧୪ ବର୍ଷୀୟ ବାଳକ ଏହି ଭୂତାଣରେ ସଂକ୍ରମିତ ହୋଇଛନ୍ତି। ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଇ ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଭୂତାଣୁ ନିୟନ୍ତ୍ରଣ ନେଇ ଲୋକମାନଙ୍କୁ ସ୍ବାସ୍ଥ୍ୟ ମର୍ଗଦର୍ଶିକା ପାଳନ କରିବାକୁ କହିଛନ୍ତି। ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ । ଯେଉଁଠି ଭାଇରସ୍ ଚିହ୍ନଟ ହୋଇଛି, ତାର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କଟକଣ ଲଗାଇବାକୁ ନିଷ୍ପତ୍ତି ହୋଇଛି । ବାଦୁଡ଼ିଙ୍କ ଆବାସ ସ୍ଥଳୀ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିଭଳି ପକ୍ଷୀ ଖଣ୍ଡିଆ କରିଥିବା କୌଣସି ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ଭାଇରସ ପ୍ରାଣୀଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ୨୦୧୮ରେ କେରଳରେ ୧୭ ଜଣଙ୍କ ଜୀବନ ନେଇଥିଲା ନିପା ଭାଇରସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    69 %
    1.7kmh
    0 %
    Sun
    21 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ