Monday, October 5, 2026
21.7 C
Odisha

    କେରଳର ୱାୟନାଡରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

    ଆଗକୁ ପଢନ୍ତୁ

    କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାହୁଲ ନାମାଙ୍କନପତ୍ର ଦାଖଲ କରିବା ପାଇଁ ଏକ ରୋଡ୍ ସୋ କରି ଲୋକଙ୍କ ଆଶୀର୍ବାଦ ଓ ସମର୍ଥନ ଲୋଡ଼ିଥିଲେ।

    ଏଥି ସହିତ ଲୋକଙ୍କୁ ରାହୁଲ କହିଥିଲେ ଯେ ଆପଣମାନଙ୍କ ଜନପ୍ରତିନିଧି ହେବା ସୌଭାଗ୍ୟର ବିଷୟ । ମୁଁ ୱାୟନାଡକୁ ୫ ବର୍ଷ ପୂର୍ବେ ଆସିଥିଲି। ସେହି ସମୟରେ ମୁଁ ଏଠାରେ ନୂଆ ଥିଲି। ଆଶା କରୁଛି ଆପଣଙ୍କ ପରିବାରର ମୁଁ ଅଂଶ ହୋଇପାରିବି। ଏହା କୌଣସି ରାଜନୈତିକ ବିବୃତ୍ତି ନୁହେଁ ବୋଲି ରାହୁଲ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ