Monday, October 19, 2026
30.4 C
Odisha

    କେରଳ ହେଲା କେରଳମ୍ ; ନାମ ପରିବର୍ତ୍ତନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେରଳ ନାମ ପରିବର୍ତ୍ତନ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ଏହା ଆଇନରେ ପରିଣତ ହୋଇଛି। ଏଥର କେରଳକୁ ‘କେରଳମ୍’ କୁହାଯିବ। ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଏହା ଦିନକ ପରେ ରାଜ୍ୟସଭାରେ ବିଲକୁ ଅନୁମୋଦନ ମିଳିଥିଲା। ପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ପଠା ଯାଇଥିଲା। ଦୀର୍ଘ ଦିନ ହେଲା କେରଳ ନାମ ପରିବର୍ତ୍ତନ ପାଇଁ ଦାବି ହୋଇ ଆସୁଥିଲା। ୨୦୨୪ ଜୁନରେ ଏ ନେଇ କେରଳ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଥିଲା। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ଫେବୃଆରୀରେ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    52 %
    2.3kmh
    5 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ