Saturday, April 4, 2026
36.1 C
Odisha

    କେଶ ବୃଦ୍ଧି ପାଇଁ ପ୍ରତିଦିନ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

    ଆଗକୁ ପଢନ୍ତୁ

    ଆଜିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀର ପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ। ଏହାରି ମଧ୍ୟରେ ସୁନ୍ଦର ତ୍ୱଚା ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । ଏଥିପାଇଁ ଅଫିସ କାମରୁ ଟିକେ ଫୁରସତ୍‌ ମିଳିଲେ ସମସ୍ତେ ପାର୍ଲର ଆଡକୁ ଯାଆନ୍ତି। ଏଥିପାଇଁ ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ। କିନ୍ତୁ ଏପରି ସ୍ଥିତିରେ ଯଦି ଆମେ ଘରୋଇ ଉପଚାର କୁ ଆପଣାଇବା ତେବେ ଆମ ପାଖରେ ସେତିିକି ସମୟ ହୁଏନାହିଁ। ସମୟ ଅଭାବ କାରଣରୁ ପାର୍ଲର ଯିବାକୁ ହିଁ ଠିକ ବୋଲି ଭାବିନେଉ। ତେବେ ଏହାରି ମଧ୍ୟରେ ସ୍କିନ କେୟାର ଉପରୁ ଧ୍ୟାନ ହଟେନାହିଁ। ଯାହା କାରଣରୁ କେଶ ସମସ୍ୟା ପ୍ରତି ଆଦୈା ନଜର ଯାଏ ନାହିଁ। ଏମିତିରେ ବି କେଶ ସମସ୍ୟା ଆଜିକାଲି ସମୟରେ ସାଧାରଣ ଓ ବଡ଼ ସମସ୍ୟା ହେଲାଣି। ପରିବର୍ତ୍ତିତ ଲାଇଫଷ୍ଟାଇଲ ଏବଂ ଖାଦ୍ୟ ପାନୀୟ ମଧ୍ୟ ଏହାର ଏକ ମୁଖ୍ୟ କାରଣ। ଏଥିରେ କେଶ ବଢ଼େ ନାହିଁ। କିନ୍ତୁ କେଶ ଝଡ଼ିବା ସମସ୍ୟା ବଢ଼ିଯାଏ।ତେବେ ଆଜି କିଛି ହୋମ ରିମେଡି ସମ୍ପର୍କରେ କହିବୁ ଯାହାକୁ ଆପଣାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିବ। ଆପଣଙ୍କଚ ଏଥିପାଇଁ କିଛି କରିବାକୁ ପଡ଼ିବ ନାହିଁ। କେବଳ ନିଜ ଡାଏଟରେ ଏହି ଜିନିଷକୁ ମିଶାଇବାକୁ ହେବ। କିଛି ପୌଷ୍ଟିକ ବିଜ ବା ମଞ୍ଜି ରହିଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କ କେଶ ସମସ୍ୟା ଦୂର ହୋଇଯିବ। ଆପଣ ଏହିସବୁ ମଞ୍ଜିକୁ କଞ୍ଚା ନଚେତ ସିଝାଇ ଖାଇପାରିବେ। କେଶର ଗ୍ରୋଥକୁ ବଢ଼ାଇବା ପାଇଁ ଏହି ମଞ୍ଜି ଖୁବ ଭଲ ହୋଇଥାଏ।

    – କଖାରୁ ମଞ୍ଜି ଏବଂ ମେଥି ମଞ୍ଜି ଏଥିପାଇଁ ସବୁଠୁ ଭଲ ହୋଇଥାଏ। ଏହାସହିତ ଆପଣ ହେଲଦି ଡାଏଟ ଏବଂ ଭଲ ଲାଇଫଷ୍ଟାଇଲକୁ ମେଣ୍ଟେନ କରିବା ଜରୁରୀ। ଯଦି ଆପଣ ବି ହେୟାର ଗ୍ରୋଥ ପାଇଁ ଚାହୁଁଛନ୍ତି ତେବେ ଏସବୁକୁ ନିଜ ଡାଏଟରେ ସାମିଲ କରନ୍ତୁ।

    – ରାଶି ମଞ୍ଜିକୁ ଆପଣ ନିଜ ହେୟାର ଗ୍ରୋଥ ପାଇଁ ବ୍ୟବହାର କରିପାରିବେ। ଏହାକୁ ଆପଣ ପରିବା କିମ୍ବା ଅନ୍ୟ ଉପାୟରେ ମଧ୍ୟ ଖାଇପାରିବେ।

    – ସୂର୍ଯ୍ୟମୂଖୀ ମଞ୍ଜି ମଧ୍ୟ ହେୟାର ଗ୍ରୋଥ ପାଇଁ ସବୁଠୁ ଭଲ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ , ଭିଟାମିନ ଇ ରହିଛି। ଓମେଗା ୩ ଫ୍ୟାଟି ଏସିଡ ଏବଂ ଜିଙ୍କ ମଧ୍ୟ ସାମିଲ ରହିଛି।

    – କଖାରୁ ମଞ୍ଜିରେ ଜିଙ୍କ, ସିଲେନିୟମ, କପର, ମାଗ୍ନେସିୟମ. ଆଇରନ, କ୍ୟାଲସିୟମ, ଭିଟାମିନ ଏ, ବି , ସି ଭଳି ପୋଷକ ତତ୍ତ୍ୱ ଭରପୂର ରହିଛି।

    – ମେଥି ଦାନା କେଶ ବୃଦ୍ଧି ପାଇଁ ଖୁବ ଉତ୍ତମ ହୋଇଥାଏ। ଏହାକୁ ଖାଇବା ସହ ଆପଣ ଏହାକୁ ନଡ଼ିଆ ତେଲରେ ପକାଇ କେଶରେ ଲଗାଇପାରିବେ।

    ଏମିତି ଉପାୟରେ ଆପଣ ନିଜ କେଶର ସଠିକ ଯତ୍ନ ନେଇପାରିବେ। କେଶ ସମସ୍ୟା ମଧ୍ୟ ଦୂର ହୋଇଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ