Sunday, October 4, 2026
29.6 C
Odisha

    ଶିଶୁଙ୍କ ଠାରେ ଦେଖାଯାଉଛି କି ଏହିସବୁ ଲକ୍ଷଣ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

    ଆଗକୁ ପଢନ୍ତୁ

    ଶିଶୁମାନଙ୍କ ଶରୀର ଖୁବ୍‌ ସମ୍ବେଦନଶୀଳ ହୋଇଥାଏ। ଏଣୁ ସେମାନେ ଛୋଟ ଛୋଟ କଥାରେ ପ୍ରତିକ୍ରିୟା ଦେଇଥାନ୍ତି। ତେବେ ବେଳେବେଳେ ପିଲାମାନେ କ’ଣ କହିବାକୁ ଚାହିଁଥାନ୍ତି ସେ କଥା ମା’ମାନେ ବୁଝିପାରନ୍ତି ନାହିଁ। ଯାହା ପିଲାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ବଢ଼ାଇଦେଇଥାଏ। ଏଭଳି ପରିସ୍ଥିତିରେ ଶିଶୁ ସହ ପୂରା ପରିବାର ମଧ୍ୟ ଅସୁବିଧାରେ ପଡ଼ିଥାନ୍ତି। ତେବେ ଆସନ୍ତୁ ଜାଣିବା ପିଲାଙ୍କଠାରେ ଦେଖାଯାଉଥିବା କେଉଁ ଲକ୍ଷଣକୁ ଅଣଦେଖା କରିବା ଅନୁଚିତ୍‌…

    ୧.ବାରମ୍ବାର ପରିସ୍ରା କରିବା : ଶିଶୁ ଯଦି ବାରମ୍ବାର ପରିସ୍ରା କରୁଛି, ତେବେ ତା’ ରକ୍ତ ପରୀକ୍ଷା କରନ୍ତୁ। ଏହା ଡାଇବେଟିସ୍‌ର ଲକ୍ଷଣ ହୋଇଥାଇପାରେ। ଆଜିକାଲି ପିଲାଙ୍କଠାରେ ଖୁବ୍‌ କମ୍‌ ବୟସରୁ ଏଭଳି ସମସ୍ୟା ଦେଖାଦେଉଛି। ତେଣୁ ଏହି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ।

    ୨.ସବୁବେଳେ କାନ୍ଦିବା : ନବଜାତକ କାନ୍ଦିବାକୁ ସାଧାରଣ କଥା କୁହାଯାଉଥିଲେ ମଧ୍ୟ ବେଳେ ବେଳେ ଶରୀରରେ କୌଣସି ସମସ୍ୟା ଯୋଗୁ ପିଲାଟିଏ କାନ୍ଦିଥାଏ। ଯାହାକୁ ମା’ମାନେ ଜାଣିପାରିନଥାନ୍ତି। ଏଭଳି ସ୍ଥିତିରେ ଯଦି ଆପଣଙ୍କ ଶିଶୁ ସବୁବେଳେ କାନ୍ଦୁଛି ତେବେ ତାର ଶରୀର ଦେଖନ୍ତୁ ପିମ୍ପୁଡ଼ି କିମ୍ବା କୌଣସି ବିଷାକ୍ତ ଜନ୍ତୁ କାମୁଛି କି, କିମ୍ବା ଡ୍ରେସ ଟାଇଟ୍‌ ଅଛି କି। ଏସବୁ ଧ୍ୟାନ ରଖିବା ଜରୁରୀ।

    ୩.ଚେତା ହରାଇବା : ପିଲାମାନଙ୍କ ଠାରେ ମୁଣ୍ଡବିନ୍ଧା, ଅଳସୁଆମି ଓ ଅଚେତ ହେବା ଭଳି ସମସ୍ୟା ଦେଖାଦିଏ। ଏହାକୁ ମା’ମାନେ ସାଧାରଣ ଭାବୁଥିଲେ ମଧ୍ୟ ଏହା ସାଧାରଣ ସମସ୍ୟା ନୁହେଁ। ପିଲାଙ୍କ ଶରୀର ଖୁବ୍‌ ସମ୍ବେଦନଶୀଳ ହୋଇଥାଏ। ଏଣୁ ଛୋଟ ଛୋଟ କଷ୍ଟ ସେମାନେ ସହ୍ୟ କରିପାରନ୍ତି ନାହିଁ। ଏଭଳି ପରିସ୍ଥିତିିରେ ଡାକ୍ତରଙ୍କୁ ନିହାତି ଦେଖାନ୍ତୁ।

    ୪.ଜ୍ୱର ହେବା : ଶିଶୁକୁ ବାରମ୍ବାର ଜ୍ୱର ହେଉଥିଲେ ଏହା ସାଧାରଣ ନୁହେଁ। ଶରୀରର ଇମ୍ୟୁନିଟି ସିଷ୍ଟମ୍‌ରେ ସମସ୍ୟା ଥିଲେ ତାପମାତ୍ରା ବୃଦ୍ଧି ହୋଇଥାଏ। ଯାହା ଶିଶୁ ପାଇଁ ଘାତକ ସାଜିପାରେ। ସାଧାରଣ ଭାବେ ଶିଶୁଙ୍କ ତାପମାତ୍ରା ୧୦୦.୪Fରୁ ୧୦୨F ଭିତରେ ରହିବା କଥା। ତା’ଠାରୁ ଅଧିକ ତାପମାତ୍ରା ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

    ୫.ପ୍ରତିକ୍ରିୟା ନ ଦେବା : ଯଦି ଆପଣଙ୍କ ଶିଶୁ ଆପଣଙ୍କ ସ୍ପର୍ଶର କୌଣସି ପ୍ରତିକ୍ରିୟା ଦେଉନାହିଁ, ତେବେ ଏହି କଥାକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ତାକୁ ଡାକ୍ତରଙ୍କୁ ଦେଖାନ୍ତୁ। ଶରୀରରେ କୌଣସି ସମସ୍ୟା ଥିବାରୁ ସେ କହିନପାରି ଏଭଳି ପ୍ରତିକ୍ରିୟା ଦେଉଥାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ