ବର୍ତ୍ତମାନର ଖରାପ ଲାଇଫ୍ଷ୍ଟାଇଲ୍ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ କେଶ ବହୁତ ଅଧିକ ଝଡିବାକୁ ଲାଗୁଛି । ଏଭଳି ପରିସ୍ଥିତିରେ ଲୋକମାନେ କେଶ ଝଡ଼ିବା ପାଇଁ ଦାମୀ ତେଲ, ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରନ୍ତି । କିନ୍ତୁ ଏସବୁ କରିବା ପରେ ମଧ୍ୟ କେଶ ମୋଟା ଏବଂ ଲମ୍ବା ହେବା ପରିବର୍ତ୍ତେ ଝଡ଼ିବାକୁ ଲାଗୁଛି । ତେବେ କେଶ ପାଇଁ କେମିକାଲ ପ୍ରଡକ୍ଟରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ, ଆପଣ ନିଜ ରୋଷେଇ ଘରେ ଥିବା ଏହି ଜିନିଷଗୁଡିକ ବ୍ୟବହାର କରିବା ଉଚିତ୍ । କେବଳ ଆପଣଙ୍କ କେଶ ଝଡ଼ିବା ବନ୍ଦ କରେ ନାହିଁ ବରଂ ସେମାନଙ୍କୁ ମୂଳରୁ ଷ୍ଟଙ୍ଗ କରେ । ଯଦି ଆପଣ ମଧ୍ୟ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କୁ ଏକ ଉପଚାର ସମ୍ପର୍କରେ ଜଣାଇବୁ ।
ପ୍ରଦୂଷଶ ଏବଂ ବଦଳୁଥିବା ଜୀବନଶୈଳୀ କାରଣରୁ କେଶରେ ଖରାପ ପ୍ରଭାବ ପକାଇଥାଏ । ଯଦି କେଶର ଚିକିତ୍ସା ନ କରନ୍ତି ତାହେଲେ ବହୁତ ସମସ୍ଯା ସ୍ରୁଷ୍ଟି ହୋଇପାରେ ଯଥା-କେଶ ଝଡିବା,ଡେନଡ୍ରଫ,ସୁଷ୍କ କେଶ ଆଦି । କିନ୍ତୁ ଏହାଠାରୁ ଦୁରେଇ ରହିବା ପାଇଁ ଜରୁରୀ ନୁହେଁ ଯେ ଆପଣ ଦାମୀ ପ୍ରଡକସନ ବ୍ଯବହାର କରନ୍ତୁ କିମ୍ବା ପାର୍ଲରରେ ପଇସା ଖର୍ଚ୍ଚ କରନ୍ତୁ । ରୋଷେଇରେ ବ୍ଯବହାର ହେଉଥିବା ମେଥିକୁ ଆପଣ କେଶ ସମ୍ଭଦ୍ଧୀୟ ସମସ୍ତ ସମସ୍ଯାକୁ ଦୂର କରିପାରିବେ ।
ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ,ନିକୋଟିନିକ ଏସିଡ ଏବଂ ଲେସିଥିନ ପ୍ରଚୁର ପରିମାଣରେ ମିଳିଥାଏ ।ଏହିସବୁ ତତ୍ତ୍ବ କେଶରେ ମଜଭୁତୀ ଏବଂ ଚମକ ବଢ଼ାଇବାରେ ସାହାଯ୍ଯ କରିଥାଏ । ଏହାର ବ୍ଯବହାର କରିବାକୁ ହେଲେ ପ୍ରଥମେ ଗରମ ପାଣିରେ ମେଥି ଦାନାକୁ ରାତିସାରା ଫୁଲିବା ପାଇଁ ଛାଡିଦେବେ । ପରେ କେଶର ସମସ୍ଯା ହିସାବରେ ଆପଣ ଏଥିରେ ବାକି ଜିନିଷ ମିଶାଇ ହେୟାର ମାଷ୍କ ତିଆରି କରିବେ ।
ଯଦି ଆପଣ କେଶ ଝଡିବା ବନ୍ଦ କରିବାକୁ ଚାହୁଁଛନ୍ତି ତାହେଲେ ରାତିସାରା ଭିଜେଇକରି ରଖିଥିବା ମେଥି ଦାନାକୁ ପେଶି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ । ଏହାପରେ ଏଥିରେ ନଡିଆ ତେଲକୁ ମିଶାଇ କେଶର ମୂଳରେ ଲଗାନ୍ତୁ । ହେୟାର ମାଷ୍କକୁ ୩୦ ରୁ ୪୦ ମିନିଟ ପର୍ଯ୍ଯନ୍ତ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ସାମ୍ପୁରେ କେଶକୁ ଭଲଭାବେ ଧୋଇ ଦିଅନ୍ତୁ । ସପ୍ତାହରେ ଏହିଭଳି ଥରେ ବ୍ଯବହାର କଲାପରେ କେଶ ଉଠିବା ଆରମ୍ଭ ହୋଇଯିବ ।
ଡେନଡ୍ରଫ ପାଇଁ ହେୟାର ମାସ୍କ : ରାତିସାରା ଗରମ ପାଣିରେ ଭିଜା ହୋଇ ରଖାଯାଇଥିବା ମେଥି ଦାନାକୁ ଦହି ସହିତ ପେସି ଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ କେଶରେ ଲଗାଇ ଘଣ୍ଟାଏ ପରେ ଶାମ୍ପୁ ଲଗାଇ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହି ମାସ୍କକୁ ବ୍ଯବହାର କଲେ ଫରକ ଅଳ୍ପ ଦିନରେ ଜାଣିପାରିବେ ।
ସ୍କାଲ୍ପର ଶୁଷ୍କତା ଦୂର କରିବା ପାଇଁ ହେୟାର ମାସ୍କ : ପୁରୁଣା କେଶର ଚମକ ଆଣିବା ଏବଂ ସ୍କାଲ୍ପରେ ଶୁଷ୍କତା ଦୂର କରିବାକୁ ହେଲେ ରାତିସାରା ଭିଜାଇ ରଖିଥିବା ମେଥି ଦାନାକୁ ପେସି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଅଣ୍ଡାର ହଳଦିଆ ଅଂଶକୁ ମିଶାଇ କେଶରେ ଅଧଘଣ୍ଟା ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ସାମ୍ପୁ ଲଗାଇ କେଶକୁ ଧୋଇ ଦିଅନ୍ତୁ । ମାସରେ ହାରାହାରି ଦୁଇଥର ଏପରି କରିବା ଦ୍ବାରା ଆପଣଙ୍କୁ ଫାଇଦା ମିଳିଥାଏ ।