Thursday, April 2, 2026
26 C
Odisha

    କେହି ବ୍ୟବହାର କରୁଛି କି ଆପଣଙ୍କ ଆଧାରକାର୍ଡ, ତାହେଲେ ଏମିତି ଜାଣନ୍ତୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆପଣଙ୍କୁ ଅନୁଭବ ହେଉଛି କି କେହି ଆପଣଙ୍କ ଆଧାରକାର୍ଡର ଭୁଲ୍‌ ପ୍ରୟୋଗ କରି ବ୍ୟବହାର କରୁଛି । ତେବେ ଖୁବ୍‌ ସହଜରେ ଏବେ ଏହା ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ଆଧାରକାର୍ଡ ଅଥେଣ୍ଟିକେସନ ହିଷ୍ଟ୍ରିରେ ଯାଞ୍ଚ କରିବାକୁ ପଡିବ। ପ୍ରଥମେ ଆପଣଙ୍କୁ ୟୁଆଇଡିଏଆଇର ୱେବସାଇଟ୍‌କୁ ଯିବାକୁ ପଡିବ । ଆପଣଙ୍କୁ https://uidai.govt.in କୁ ଯିବାକୁ ପଡିବ। ସେଠାରେ ଲଗ୍‌ଇନ୍‌ କରିବାକୁ ପଡିବ। ସେଠାରେ ଆଧାର ସର୍ଭିସ୍‌ ବିଭାଗକୁ ଯିବାକୁ ପଡିବ। ଏହି ଅପ୍‌ସନ୍‌ ଆପଣଙ୍କୁ ମାଇଁ ଆଧାରରେ ମିଳିଯିବ। ଏଠାରେ ଆଧାର ଅଥେଣ୍ଟିକେସନ ହିଷ୍ଟ୍ରିରେ କ୍ଲିକ୍‌ କରିବାକୁ ପଡିବ। ଏହାପରେ ଆପଣଙ୍କୁ ନିଜର ୧୨ ଡିଜିଟ୍‌ର ଆଧାର ନମ୍ବର ଦେବାକୁ ପଡିବ। ସିକ୍ୟୁରିଟି କାର୍ଡ ଏଣ୍ଟର କରିବା ପରେ ଆପଣଙ୍କୁ ଜେନେରେଟ୍‌ ଓଟିପିରେ କ୍ଲିକ୍‌ କରିବାକୁ ପଡିବ। ଏହାପରେ ଆପଣଙ୍କୁ ରେଜିଷ୍ଟ୍ରେଟ୍‌ ନମ୍ବରରେ ଓଟିପି ଆସିବ। ଏହି ନମ୍ବର ଭେରିଫିକେସନ ପାଇଁ ଆସିବ। ଆପଣଙ୍କୁ ଅଥେଣ୍ଟିକେସନର ଶୈଳୀରେ କ୍ଲିକ୍‌ କରିବାକୁ ପଡିବ। ଏହାପରେ ଆପଣଙ୍କୁ ଡେଟ୍‌ ରେଞ୍ଜ ଚୟନ କରିବାକୁ ପଡିବ। ଯାହାର ତାଲିକା ଜାଣିବାକୁ ଚାହୁଁଛନ୍ତି, ପାଇଯିବେ । ଗତ ୬ ମାସ ମଧ୍ୟରେ ୫୦ ଅଥେଣ୍ଟିକେସନ ପର୍ଯ୍ୟନ୍ତ ରେକର୍ଡକୁ ଆପଣ ଯାଞ୍ଚ କରି ପାରିବେ। ଏଠାରେ ଆପଣ ନିଜର ରେକର୍ଡକୁ ଦେଖିପାରିବେ। ସେହି ତାଲିକାରେ ଆପଣ କିଛି ଭୁଲ୍‌ ଦେଖିଲେ ୟୁଆଇଡିଆଇକୁ ରିପୋର୍ଟ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ