Wednesday, October 7, 2026
22.1 C
Odisha

    କୋଇଡା ଓ ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ

    ଆଗକୁ ପଢନ୍ତୁ

    ପୁଣି ବଢ଼ିଲା ବିଜେଡି ବଳ । ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହେଲେ ଅନ୍ୟ ଦଳର ନେତା ଓ କର୍ମୀ । କୋଇଡା ଓ ଝାରସୁଗୁଡ଼ାରେ ହୋଇଛି ବିଜେଡିର ମିଶ୍ରଣ ପର୍ବ ।

    ବଣାଇଁ ନିର୍ବାଚନ ମଣ୍ଡଳୀର କୋଇଡାରେ ବିଜେଡି ପକ୍ଷରୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତିରେ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କୋଇଡ଼ା ବ୍ଲକ୍ ବିଜେଡି ସଭାପତି କରୁଣାର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବଣାଇଁ ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଭୀମସେନ ଚୌଧୁରୀ, କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି କୁଶ ଆପଟ, ରାଉରକେଲା ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବଣାଇଁ ବିଜେଡି ପର୍ଯ୍ୟବେକ୍ଷକ ଷ୍ଟାଲିନ୍ ପରିଜା, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, କୋଇଡା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ନାଏକ, ମହିଳା ସାଙ୍ଗଠନିକ ସଭାପତି ଆମଲେନ୍ ଟପ୍ନୋ ,ବ୍ଲକ୍ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଟିଟୁନ୍ ଦାଶ, ବଣାଇଁ କିଷାନ ସମାଜ ସଭାପତି ରତ୍ନାକର କିଷାନ, ଉତ୍ତମ କିଷାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଭୀମରାଓ ଆମ୍ବେଦକରଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିପିଆଇଏମ୍ ର ଅନେକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

    ସେହିପରି ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା ମ୍ୟୁନିସିପାଳିଟିର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି ଏମାନେ । ରୁବିନା ଖାନ, ରବି ରଞ୍ଜନ ରାୟଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେପିରେ ଅତିଷ୍ଠ ହୋଇ ଦଳ ଛାଡିଥିବା କହିଛନ୍ତି କର୍ମୀ । ଏହି ଯୋଗଦାନ ଆଗାମୀ ସମୟରେ ଝାରସୁଗୁଡ଼ାକୁ ବିକାଶ ପାଇଁ ସହାୟକ ହେବ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ