Saturday, January 17, 2026
20.7 C
Odisha

    କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ, ଆୟ ଠାରୁ ୨୭୪ ପ୍ରତିଶତ ଅଧିକ ସଂପତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କୁବେର ବାବୁଙ୍କ ଆୟ ଠାରୁ ୨୭୪ ପ୍ରତିଶତ ଅଧିକ ସଂପତ୍ତି । କୋରାପୁଟ ଫରେଷ୍ଟ ଡିଭିଜନ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଆୟ ଠାରୁ ଅଧିକ ୨୭୪ ପ୍ରତିଶତ ସଂପତ୍ତି ହାସଲ କରିଛନ୍ତି ।  ଗତକାଲି ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗ ପରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନସ ।  ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

    ନିରଞ୍ଜନଙ୍କ ଭୁବନେଶ୍ବର ଝାରପଡ଼ାରେ ୪ହଜାର ୫୦ ବର୍ଗ ଫୁଟର ଲେଖାଏଁ ୨ଟି ତିନିମହଲା କୋଠା ରହିଛି । ସେମିଳିଗୁଡ଼ାରେ ୧୨୫୦ବର୍ଗ ଫୁଟର ଗୋଟିଏ କୋଠା ରହିଛି ।  ଭୁବନେଶ୍ବରର ପ୍ରାଇମ ଲୋକେସାନରେ ୨ଟି ପ୍ଲଟ ସମେତ ୭ଟି ବହୁମୂଲ୍ ପ୍ଲଟ ରହିଛି ।  ଘରୁ ପ୍ରାୟ ଏକ କେଜିର ସୁନା ଅଳଙ୍କାର ମିଳିଥିଲା ।

    ନଗଦ ୯ଲକ୍ଷ ୨୮ ହଜାର ଟଙ୍କା ଓ ୬୬ଲକ୍ଷ ୪୨ ହଜାର ଜମାରାଶି ଠାବ ହୋଇଥିଲା ।  ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଗାଡ଼ି ଠାବ ହୋଇଛି ଯାହାର ମୂଲ୍ୟ ପ୍ରାୟ ୨୮ ଲକ୍ଷ ୭୫ହଜାର ଟଙ୍କା ବୋଲି ଭିଜିଲାନସ ପକ୍ଷରୁ କୁହାଯାଇଛି । ନିରଞ୍ଜନଙ୍କ ଘରୁ ୩୦ଲକ୍ଷ ୭୫ ହଜାର ଟଙ୍କା ମୂଲ୍ୟର ଘରକରଣା ସାମଗ୍ରୀ ଠାବ ହୋଇଛି ।  କେବଳ କୋରାପୁଟ ବନଖଣ୍ଡରେ ୩୭ ବର୍ଷ ଧରି ଚାକିରି କରିଛନ୍ତି ନିରଞ୍ଜନ ଶତପଥୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.7 ° C
    20.7 °
    20.7 °
    24 %
    1.4kmh
    0 %
    Sat
    20 °
    Sun
    30 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ