Friday, October 2, 2026
25.2 C
Odisha

    କୋଟି କୋଟି ଟଙ୍କାର କ୍ଷତି ସହିଲେ ଅନ୍ୟ କମ୍ପାନିରେ ନିବେଶ କରୁଥିବା ଶାର୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆରପିଜି ଗ୍ରୁପ୍‌ର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆର କିଛି ବିଚାରପତିଙ୍କ ଆର୍ଥିକ କ୍ଷତି ସମ୍ପର୍କରେ ତଥ୍ୟ ସେୟାର କରି ସୋସିଆଲ୍‌ ମିଡିଆରେ ଏକ ବିତର୍କ ଆରମ୍ଭ କରିଛନ୍ତି। ହର୍ଷ ଗୋଏଙ୍କା ଆର୍ଥିକ ବର୍ଷ-୨୦୨୪ ପାଇଁ ଟିକସ ପରବର୍ତ୍ତୀ ଲାଭର ତଥ୍ୟ ସେୟାର କରିଛନ୍ତି। ତଥ୍ୟରେ ଶାର୍କ ଟ୍ୟାଙ୍କ ଇଣ୍ଡିଆ ନିବେଶକ କମ୍ପାନିଗୁଡ଼ିକର ଆର୍ଥିକ କ୍ଷତି ବିଷୟରେ କୁହାଯାଇଛି।ଦେଶରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‌ସେ ଏହି ସୋ’କୁ ପ୍ରଶଂସା କରିବା ସହିତ ସୋ’ର ବିଚାରପତି ସହିଥିବା କ୍ଷତି ବିଷୟରେ ଜଣାଇଛନ୍ତି। ସେୟାର କରାଯାଇଥିବା ତଥ୍ୟରେ ଅନେକ କମ୍ପାନିର ହୋଇଥିବା ବଡ଼ କ୍ଷତିକୁ ଉଲ୍ଲେଖ କରାଯାଇଛି। ବିନୀତା ସିଂହଙ୍କ ସୁଗାର କସମେଟିକ୍ସ ୬୮କୋଟି ଟଙ୍କାର କ୍ଷତି ସହିଥିବା ବେଳେ ଅମନ ଗୁପ୍ତାଙ୍କ ବୋଟ୍ ୫୪କୋଟି ଟଙ୍କାର କ୍ଷତି , ଅନୁପମ ମିତ୍ତଲ ଶାଦି ଡଟ୍ କମ୍ ୧୮କୋଟି ଟଙ୍କାର କ୍ଷତି ଏବଂ ଲେନ୍ସକାର୍ଟ ୧୦ କୋଟି ଟଙ୍କାର କ୍ଷତି ସହିଥିବା ଲେଖାଯାଇଛି। ସବୁଠାରୁ ଅଧିକ କ୍ଷତି ଆକୋ ଜେନେରାଲ ଇନସ୍ୟୁରାନ୍ସର ହୋଇଛି। ଏହି କମ୍ପାନି ୪୫୬ କୋଟି ଟଙ୍କାର କ୍ଷତି ସହିଛି।ଏହି ତଥ୍ୟ ଦେଇ କ୍ୟାପସନରେ ହର୍ଷ ଲେଖିଛନ୍ତି, “ମୁଁ ଏବେ ବି ଶାର୍କ ଟ୍ୟାଙ୍କ୍‌ ଇଣ୍ଡିଆ ଦେଖିବାକୁ ପସନ୍ଦ କରୁଛି। କିନ୍ତୁ ଏହା ଦେଖାଯାଉଛି ଯେ ଆମର କିଛି ଶାର୍କ ଏବେ ବି ଅଶାନ୍ତ ପାଣିରେ ପହଁରୁଛନ୍ତି। ମୁଁ ଯାହା ଭାବିଥିଲି ତା’ଠାରୁ ଅଧିକ ରକ୍ତସ୍ରାବ ହେଉଛି ଟ୍ୟାଙ୍କରେ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ