କୋଲକତା : ପଶ୍ଚିମବଙ୍ଗ କୋଲକତାର ତାରାତଲାରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡିଛି । ଏହା ତଳେ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଛି । ପ୍ରଥମ ମହଲା ଛାତ ନିର୍ମାଣ କାମ ଚାଲୁଥିବା ବେଳେ ହଠାତ୍ ଲୁହା ରେଲିଂ ଗଳିପଡିଥିଲା । ଏଯାଏଁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ।
ଖବର ମୁତାବକ, ତାରାତଲାରେ ନିର୍ମାଣାଧୀନ ଗୋଦାମର ଛାତ ଭୁଶୁଡିବା ଯୋଗୁଁ ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି । ୪୦ରୁ ଅଧିକ ଲୋକ ଚାପିହୋଇଥିବା ଜଣାପଡିଛି । ସେନା ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ରେସକ୍ୟୁ ଅଭିଯାନ ଜାରି ରଖିଛି । ତେବେ ଗୋଦାମ ଘରର ପ୍ରଥମ ମହଲା ଛାତ କାମ ଚାଲୁଥିବା ବେଳେ ଲୁହା ରେଲିଂ ଗଳିପଡିଥିଲା ।
ଘଟଣା ବେଳର ଭିଡିଓ ଭାଇରଲ ହେଉଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୩ ଜଣଙ୍କୁ ଏଯାଏଁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ମନ୍ତ୍ରୀ ଡା. ଇନ୍ଦ୍ରନୀଲ ଖାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମନ୍ତ୍ରୀ କହିଛନ୍ତି, ଆମର ପ୍ରାଥମିକତା ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା । ସମସ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ଉପସ୍ଥିତ ରହିଛି । ଟିଏମସି ଶାସନ କାଳରେ ଏହାର ଅବୈଧ ନିର୍ମାଣ ଚାଲିଥିଲା । ଉଦ୍ଧାର ପାଇଁ ଏସଡିଆରଏଫ ଏବଂ ସେନାକୁ ଡକାଯାଇଛି ।
