Saturday, April 4, 2026
29 C
Odisha

    କୋଷ୍ଠକାଠିନ୍ୟକୁ ଦୂର କରିବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଏହି ଫଳ

    ଆଗକୁ ପଢନ୍ତୁ

    ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଜାଣିଛନ୍ତି ଏହା କେବଳ ପାଟିକୁ ସୁଆଦିଆ ନୁହେଁ। ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍, ଫାଇବର, କାର୍ବୋହାଇଡ୍ରେଟ୍, ଭିଟାମିନ-ବି୨, ଭିଟାମିନ-ଇ, ଭିଟାମିନ-କେ ଭରପୂର ମାତ୍ରାରେ ରହିଛି ।

    ଏହାସହ ଏଥିରେ ଫଲିକ ଏସିଡ, କ୍ୟାଲସିୟମ, ଫାଇବର, ପୋଟାସିୟମ, କପର ଓ ମାଙ୍ଗାନିଜର ତତ୍ତ୍ୱ ରହିଛି।

    ଏହାଛଡ଼ା ପାଚିଲା ପିଜୁଳିରେ ପୌଷ୍ଟିକ ତତ୍ତ୍ୱ ଅଧିକ ଥାଏ। ଏହା ହିମୋଗ୍ଳୋବିନ୍ ମାତ୍ରାକୁ ମଧ୍ୟ ବୃଦ୍ଧି କରେ।

    ପ୍ରତିଦିନ ଗୋଟିଏ ପିଜୁଳି ଶରୀରକୁ ଚାରିଗୁଣା ଭିଟାମିନ୍ ଯୋଗାଇଥାଏ।

    ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ । ଭୋଜନ ପରେ ପିଜୁଳି ଖାଇଲେ କୋଷ୍ଠକାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ।

    ଖରାଦିନେ ପିଜୁଳି ପେଟ ଥଣ୍ଡା ରଖେ। ତେଣୁ ଖରା ଦିନରେ ପ୍ରତିଦିନ ୨-୩ଟି ପିଜୁଳି କିମ୍ବା ପିଜୁଳି ଜୁସ ପିଇଲେ ଭଲ।

    ଭିଟାମିନ-ଏ ଥିବାରୁ ଏହା ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

    ହୃଦରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ଉପକାରୀ। ଏଥିରେ ଥିବା ପୋଟାସିୟମ, ଭିଟାମିନ-ସି ଏବଂ ଫାଇବର ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ।
    ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ପିଜୁଳି ଭଲ କାମ କରେ। ଏଥିରେ ଥିବା ଫାଇବର ସୁଗାର ଲେବଲକୁ ନିୟନ୍ତ୍ରଣରେ ରଖିଥାଏ।

    ପିଜୁଳିରେ ଶତକଡ଼ା ୮୦ ଭାଗ ଜଳୀୟ ଅଂଶ ଥିବାରୁ ଚର୍ମ ଶୁଷ୍କତାରୁ ରକ୍ଷା କରେ। ପିଜୁଳି ଚର୍ମ ପାଇଁ ମଧ୍ୟ ବେଶ ଉପକାରୀ। ଏଥିରେ ଥିବା ଭିଟାମିନ-କେ ଚର୍ମର କଳାଦାଗ ଏବଂ ବ୍ରଣରୁ ମୁକ୍ତି ଦେଇଥାଏ।

    ପିଜୁଳିରେ ଭିଟାମିନ-ସି ଥିବାରୁ କେଶ ବଢ଼ାଇବାରେ ସାହାଯ୍ୟ କରିଥାଏ।

    ଅଧା ପାଚିଥିବା ପିଜୁଳିର ସ୍ୱାଦ ଅଳ୍ପ ଖଟାଳିଆ ଓ କଷା ଏହା ଆମର ହଜମପ୍ରକ୍ରିୟାକୁ ଭଲ ରଖେ। ତେଣୁ ଖାଇ ସାରିବା ପରେ ଏହି ପିଜୁଳି ଖାଇଲେ ସହଜରେ ଖାଦ୍ୟ ହଜମ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ