Sunday, October 11, 2026
22.8 C
Odisha

    ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା: ସରକାରୀ ବାସଭବନରେ ‘ଗୃହ ପ୍ରବେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ଠିକଣା ବଦଳି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବାର ସହିତ  ଭୁବନେଶ୍ୱରରେ ଥିବା ତାଙ୍କ ନୂତନ ସରକାରୀ ବାସଭବନରେ ‘ଗୃହ ପ୍ରବେଶ’ କରିଛନ୍ତି।ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂଜା କରିବା ପରେ ନୂତନ ଘରକୁ ପ୍ରବେଶ କରିଛନ୍ତି। ଘରଟି ଭୁବନେଶ୍ୱରର ରାଜଭବନ ଏବଂ ଏଜି ସ୍କୋୟାର ମଧ୍ୟରେ ଅବସ୍ଥିତ।ଗୃହ ପ୍ରବେଶ ପୂଜା କରିବା ପାଇଁ ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ପୂଜା କରିଥିଲେ। ଗୃହ ପ୍ରବେଶ ପୂର୍ବରୁ ଗୋପୂଜା କରାଯାଇଥିଲା ଏବଂ ତା’ପରେ ଗୃହ ପ୍ରବେଶ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ନୂତନ ଘରେ ପ୍ରବେଶ କରିଥିଲେ।ଗୁରୁବାର ପୂର୍ବାହ୍ନ ୧୦:୪୭ରେ ମୁଖ୍ୟମନ୍ତ୍ରୀ ଗୃହପ୍ରବେଶ କରିଛନ୍ତି। ୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନେକ ସମ୍ମିଳନୀ କକ୍ଷ, ଏକ ୱାଚ ଟାୱାର ଏବଂ ଘର ସାମ୍ନାରେ ଏକ ବଡ଼ ବଗିଚା ଅଛି।

    ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗାନ୍ଧୀ ମାର୍ଗ କ୍ୱାର୍ଟରରେ ରହୁଥିଲେ। ଏବେ ମୁଖ୍ୟମନ୍ତ୍ରୀ ପରିବାରବର୍ଗଙ୍କ ସହିତ ନୂଆ ଘରକୁ ସ୍ଥାନାନ୍ତର ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ