Sunday, April 13, 2025
27.9 C
Odisha

    କୋଷ୍ଠକାଠିନ୍ୟ ଏବଂ ଏସିଡିଟି ସମେତ ଅନେକ ରୋଗରୁ ମୁକ୍ତି ଦିଏ ଗୁଜୁରାତି ପାଣି

    ଆଗକୁ ପଢନ୍ତୁ

    ଗୁଜୁରାତିକୁ ଖାଇବା ପାଇଁ ଲୋକେ ଖୁବ୍ ପସନ୍ଦ କରନ୍ତି । କାହିଁକି ନା ଗୁଜୁରାତି ଖାଦ୍ୟର ସ୍ବାଦକୁ ଆହୁରି ଅଧିକ ବଢ଼ାଇଥାଏ। ଚା’ଠୁ ଆରମ୍ଭ କରି ରୋଷେଇରେ ଗୁଜୁରାତିକୁ ମଧ୍ୟ ସାମିଲ କରାଯାଏ । କାରଣ ଏହାର ସ୍ମେଲ୍ ବହୁତ୍ ଭଲ ହୋଇଥାଏ । ଯେତେବେଳେ ଏହା ଖାଦ୍ୟରେ ସାମିଲ କରାଯାଏ ଏହାର ସ୍ମେଲ୍ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସାଇଣ୍ଟିଫିକ୍ ଭାଷାରେ ଏହି ସବୁଜ ରଙ୍ଗର ଗୁଜୁରାତିକୁ ଏଲେଟାରିଆ କାର୍ଡମୋମମ୍ (Elettaria cardamomum) କୁହାଯାଏ । ଏହା ବ୍ୟତୀତ, ଶରୀରକୁ ଥଣ୍ଡା ରଖିବାରେ ମଧ୍ୟ ଏହା ସାହାଯ୍ୟ କରେ । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଗୁଜୁରାତି ମଧ୍ୟ ଔଷଧୀୟ ଗୁଣରେ ଭରପୂର ।

    ଗୁଜୁରାତିର ବ୍ୟବହାର ପ୍ରତ୍ୟେକ ଘରେ କରାଯାଇଥାଏ। ଦେଖିବାକୁ ଗଲେ ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ରହିଥାଏ ଗୁଜୁରାତି। କେତେବେଳେ ଏହାକୁ ଚା ବନାଇବାରେ ତ କେତେବେଳେ ତରକାରୀରେ ବ୍ୟବହାର କରାଯାଇଥାଏ। ବେଳେବେଳେ ଏହାକୁ ମାଉଥଫ୍ରେସନର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଆପଣ ଯେଉଁଭାବେ ମଧ୍ୟ ଏହାର ସେବନ କରନ୍ତୁ ଏହାର ଫାଇଦା ହିଁ ରହିଛି ।

    ଅଧିକାଂଶ ଲୋକମାନେ ଗୁଜୁରାତି ଚା’ ପିଇବା ପାଇଁ ବହୁତ୍ ପସନ୍ଦ କରିଥାନ୍ତି । ଏହାର ବାସ୍ନାରେ ହିଁ ଚା’ ପିଇବା ପାଇଁ ଇଛା ହୋଇଥାଏ । ଗୁଜୁରାତି ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଏଥିରେ ଅନେକ ସୌନ୍ଦର୍ଯ୍ୟ ଗୁଣ ମଧ୍ୟ ରହିଥାଏ । ଏହାକୁ ସେବନ କରିବା ଦ୍ବାରା ଅନେକ ଲାଭ ମଧ୍ୟ ହୋଇଥାଏ । ଗୁଜୁରାତି କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ବଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଏହାକୁ କସମେଟିକ୍ ରୂପେ ବ୍ୟବହାର କଲେ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଯାଏ । ତ୍ବଚାରେ ବ୍ରଣ ବା କଳା ଦାଗ ହୋଇଥିଲେ କିମ୍ବା ଓଠ ଫାଟିଥିଲେ ଗୁଜୁରାତିର ଘରୋଇ ଉପଚାରରେ ଆପଣଙ୍କର ଏହି ସମସ୍ୟା ଦୂର କରିପାରିବେ ।

    ଆପଣମାନେ ଜାଣିଛନ୍ତି କି? ଗୁଜୁରାତିରେ ଆଇରନ୍, ଭିଟାମିନ୍ ସି’, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ପ୍ରଚୁର ପରିମାଣରେ ପୋଷକ ତତ୍ତ୍ବ ମିଳିଥାଏ । ଏଥି ସହ ଆପଣଙ୍କୁ କହିରଖୁଛୁ ଯେ ଖାଲି ଗୁଜୁରାତିରେ ଲାଭ ନଥାଏ ବରଂ ଗୁଜୁରାତି ପାଣିରେ ମଧ୍ୟ ଅନେକ ପ୍ରକାରର ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତି ପାଣିର ଫାଇଦା ବିଷୟରେ ।

    ପେଟ ଜନିତ ସମସ୍ୟା : ଯଦି ଆପଣଙ୍କର ପେଟ ଜନିତ କିଛି ସମସ୍ୟା ହେଉଛି, ତେବେ ଆପଣ ଗୁଜୁରାତି ପାଣି ପିଇପାରିବେ । ଏହା ପିଇବା ପରେ ପେଟ ଯନ୍ତ୍ରଣା ଦୂର ହେବା ସହ ବହୁତ ରିଲାକ୍ସ ମଧ୍ୟ ଲାଗିଥାଏ । ଏଥି ସହ ଅନ୍ତନଳୀ ସ୍ବାସ୍ଥ୍ୟରେ ଲାଭ ଆଣିବା ସହିତ କୋଷ୍ଠକାଠିନ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ଯଦି ଆପଣ ନିଜର ଓଜନକୁ କମ୍ କରିବା ପାଇଁ ଚାହୁଁଛନ୍ତି, ତେବେ ମଧ୍ୟ ଆପଣ ଗୁଜୁରାତି ପାଣି ପିଇପାରିବେ । ଏହା ବହୁତ୍ ଶୀଘ୍ର ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ ।

    ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରେ : ଗୁଜୁରାତି ପାଣିରେ ଥିବା ଉପାଦାନଗୁଡିକ ଆପଣଙ୍କ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିବାରେ ସହାୟକ ହୋଇପାରେ । ଏହି କାରଣରୁ ହାଇ ବ୍ଲଡ୍ ପ୍ରେସର ରୋଗୀଙ୍କୁ ଗୁଜୁରାତୀ ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଏଥି ସହ କର୍କଟ ରୋଗକୁ ମଧ୍ୟ ଦୂର କରିଥାଏ ଗୁଜୁରାତି ପାଣି ।

    ଯଦି ଆପଣ ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଗୁଜୁରାତି ପାଣି ପିଇବା ଅଭ୍ୟାସ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    48 %
    2.4kmh
    100 %
    Sat
    28 °
    Sun
    40 °
    Mon
    39 °
    Tue
    38 °
    Wed
    37 °

    ସମ୍ବନ୍ଧିତ