Friday, October 16, 2026
23.1 C
Odisha

    ବାଙ୍ଗିରିପୋଷି ବ୍ଲକରେ ପୁଣି କଳାବାଘ ଆତଙ୍କ, ଆତଙ୍କରେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ପୁଣି କଳା ବାଘ ଆତଙ୍କ । ଶିମିଳିପାଳ ପାଦ ଦେଶରେ ଥିବା ପିଠାବଟା ନର୍ଥ ୱାଇଲଡ ଲାଇଫ ରେଞ୍ଜ ଅଧୀନ ଚାକିଡ଼ି ଓ ସୋରିଷପାଳ ଗ୍ରାମ ପଞ୍ଚାୟତର ଜାମତଳିଆ, ଖଡିଘାଟି, କୁସୁମତୋଟା, ବାରିବେଡା, ଫୁଲଝରଣ, ଜାରକାଣି, ବସିଲାକଚା, ବାଉଁଶ ପାହାଡି, ଚିଲିକି, ନେଦାମ ପ୍ରମୁଖ ଗ୍ରାମ ଗୁଡିକ ନିକଟରୁ ଗୃହ ପାଳିତ ପଶୁ ମାନଙ୍କୁ ଆକ୍ରମଣ କରି ଏକ କଳାବାଘ ବୋଲି ଉକ୍ତ ଅଞ୍ଚଳର ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି। ପୂର୍ବରୁ ପାଦ ଚିହ୍ନ ଦେଖି ତାହା କଲରା ପତରିଆ ବାଘ ବୋଲି ବନ ବିଭାଗ କହିଥିବା ବେଳେ ଉକ୍ତ ଅଞ୍ଚଳରେ ଏକ କଳାବାଘ ଲୋକଙ୍କ ଅତି ନିକଟତର ପହଞ୍ଚିଥିବା ନେଇ ଗ୍ରାମବାସୀଙ୍କ ଦ୍ୱାରା କରାଯାଇଥିବା ଭିଡିଓ ଭାଇରଲ ହେବାରେ ଲାଗିଛି। ସ୍ପଷ୍ଟ ଦିବାଲୋକରେ ରାସ୍ତା କୋଡରେ ବାଘଟି ଶିକାର ପାଇଁ ଛପି ରହିଥିବା ଦେଖିବାକୁ ମିଳିଥିଲା।ତେବେ ସମସ୍ତେ ପାଟି କରିବାରୁ ଦୌଡ଼ି ପଳାଇଥିଲା। ଅନ୍ୟପକ୍ଷେ ବାଘ ଟି ଏବେ ଗ୍ରାମଆଭିମୁଖୀ ହେଉଥିବାରୁ ଏହା ଉଭୟ ଗ୍ରାମବାସୀ ଓ ବାଘ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛି।

    ପ୍ରକାଶ ଯୋଗ୍ୟ, ଗତ ଫେବୃଆରୀ ୯ ତାରିଖ ସୋରିଷପାଳ ପଞ୍ଚାୟତ ଅନ୍ତର୍ଗତ ନେଦାମ ନିକଟସ୍ଥ ଜଙ୍ଗଲରେ ଜିତୁ ମାରାଣ୍ଡିଙ୍କ ଏକ ବଳଦକୁ ବାଘ ମାରି ଦେଇଥିବା ବେଳେ ଦୁର୍ଗା ହାଁସଦା ଙ୍କ ଏକ ମଇଁଷି ଓ ଘୁଷୁରିକୁ ଦରମରା କରି ଦେଇଥିଲା। ସେହିପରି ବାରିବେଡ଼ା ଗ୍ରାମର ଲାଛୁରାମ ମୁର୍ମୁ, କୁଶାଳ ମୁର୍ମୁ, ଦୁଲାରାମ ମୁର୍ମୁ ନିକଟସ୍ଥ ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ଯାଇଥିବା ବେଳେ ସେଥି ମଧ୍ୟରୁ ନିଖୋଜ ଥିବା ୩ଟି ଗୋରୁଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲରୁ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ। ଖବର ପାଇ ପିଠାବଟା ଉତ୍ତର ରେଞ୍ଜ ର ବଡ଼ଗାଁ ରେଞ୍ଜ ଅଧିକାରୀ ମନ ରଞ୍ଜନ ନାଏକ , ଫରେଷ୍ଟର ସଂଜୟ କୁମାର ସେଠୀ ଓ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘପାଦ ଚିହ୍ନ ତଦନ୍ତ କରିଥିଲେ। ତେବେ ବନ ବିଭାଗ ତାହା ଏକ କଲରା ପତରିଆ ବାଘ କହୁଥିବା ବେଳେ ଭିଡିଓ ରୁ କଳାବାଘ ବୋଲି ଜଣାପଡୁଛି।ସବୁଜାଣି ମଧ୍ୟ ବନ ବିଭାଗ ଚୁପ ହୋଇ ବସି ରହୁଥିବା ଯୋଗୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏନେଇ ବନ ବିଭାଗ ତରଫରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ