Friday, April 3, 2026
36.1 C
Odisha

    କ୍ରିଷ୍ଟାଲ୍‌ ଲୋଟସ୍‌ ରଖି ବି ଘରର ପରିସ୍ଥିତିକୁ ବଦଳାଇପାରିବେ: ଜାଣନ୍ତୁ କିପରି

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ପଦ୍ମ ଫୁଲର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ଦିବ୍ୟ ପୂର୍ଣ୍ଣତାର ପ୍ରତୀକ ବୋଲି କୁହାଯାଇଥାଏ। ମାତା ଲକ୍ଷ୍ମୀଙ୍କର ମଧ୍ୟ ଏହି ଫୁଲ ଖୁବ୍‌ ପସନ୍ଦ। ବିଶ୍ୱାସ ରହିଛି ଯେ, ମାତା ଲକ୍ଷ୍ମୀଙ୍କ ଚରଣରେ ସତେଜ ପଦ୍ମ ଫୁଲ ଅର୍ପଣ କଲେ ଘରେ କୁଆଡ଼େ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। କିନ୍ତୁ ସବୁବେଳେ ପଦ୍ମଫୁଲ ମିଳିବା ତ ସମ୍ଭବ ନୁହେଁ। ତେଣୁ ଏହା ବଦଳରେ ଗୃହସ୍ଥ ଚାହିଁଲେ ଘରେ କ୍ରିଷ୍ଟାଲ୍‌ ଲୋଟସ୍‌ ରଖି ବି ଘରର ପରିସ୍ଥିତିକୁ ବଦଳାଇପାରିବେ। ବାସ୍ତୁବିତ୍‌ମାନେ ବି ଏକଥାକୁ କେତେକାଂଶରେ ବିଶ୍ୱାସ କରିଥାନ୍ତି। ମାନ୍ୟତା ରହିଛି ଯେ, କ୍ରିଷ୍ଟାଲ୍‌ ଲୋଟସ୍‌ ହେଉଛି ଏମିତି ଏକ ପବିତ୍ର ବସ୍ତୁ, ଏହାକୁ ଯେଉଁଠି ରଖାଯାଏ ସେଠାକାର ବାତାବରଣ ସକାରାତ୍ମକ ଉର୍ଜ୍ଜାରେ ଭରିଯାଏ। ତେଣୁ ଏହାକୁ ସର୍ବଦା ପରିଷ୍କାର, ପରିଚ୍ଛନ୍ନ ସ୍ଥାନରେ ରଖିବା ଆବଶ୍ୟକ।

    ଘରର ଡ୍ରଇଂ ରୁମ୍‌ରେ ଧଳା ରଙ୍ଗର କ୍ରିଷ୍ଟାଲ୍‌ ଲୋଟସ୍‌ ରଖିଲେ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଢାଇବାରେ ସାହାଯ୍ୟ କରିଥାଏ।

    ଘରୁ ନକରାତ୍ମକ ଶକ୍ତିକୁ କମ୍‌ କରି ସକରାତ୍ମକ ଉର୍ଜ୍ଜାକୁ ବଢାଇବାକୁ ଚାହୁଁଥିଲେ, କ୍ରିଷ୍ଟାଲ୍‌ ଲୋଟସ୍‌କୁ ଘରର ଝରକା ପାଖରେ ମଧ୍ୟ ପରିଷ୍କାର କରି ରଖିପାରିବେ।

    ସ୍ବାମୀସ୍ତ୍ରୀଙ୍କ ସମ୍ପର୍କକୁ ନିବିଡ଼ କରିବାକୁ ଚାହୁଁଥିଲେ, ସେମାନଙ୍କ ବେଡ୍‌ରୁମ୍‌ରେ ଗୋଲାପୀ ଅଥବା ନାଲି ରଙ୍ଗର କ୍ରିଷ୍ଟାଲ୍‌ ଲୋଟସ୍‌ ରଖିବା ଶୁଭ ହୋଇଥାଏ।

    ସେହିପରି ଆର୍ଥିକ ଉନ୍ନତି ହେଉ ଅଥବା ପାଠପଢାରେ ଅଗ୍ରଗତି ପାଇଁ ଅଫିସ୍‌ ଟେବୁଲ୍‌ କିମ୍ବା ପିଲାଙ୍କ ଷ୍ଟଡି ଟେବୁଲ୍‌ ଉପରେ ନୀଳ ରଙ୍ଗର କ୍ରିଷ୍ଟାଲ୍‌ ଲୋଟସ୍‌ ରଖିଲେ ଶୁଭଫଳ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ