Wednesday, May 27, 2026
39.1 C
Odisha

    କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ବଡ଼ ଧରଣର ଉଚ୍ଛେଦ ଅଭିଯାନ, ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚାଲିଛି BMC ବୁଲଡ୍ରୋଜର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ବଡ଼ ଧରଣର ଉଚ୍ଛେଦ ଅଭିଯାନ । BMC ପକ୍ଷରୁ ଡ୍ରେନ ଉପରେ ଅବରୋଧ କରି ଦଖଲ ରଖାଯାଇଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚାଲିଛି ବୁଲଡ୍ରୋଜର । ଘର ଓ ଦୋକାନ ଭାଙ୍ଗି ଉଚ୍ଛେଦ ପ୍ରକ୍ରିୟା କରାଯାଉଛି । ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚାଲିଛି ସଫେଇ ଓ ଉଚ୍ଛେଦ କାଯ୍ୟକ୍ରମ । ବହୁଦିନ ଧରି ଜୋର ଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଉଛି । କ୍ୟାପିଟାଲ ହସ୍ପିଟାଲ ପଛ ପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି ।

    ଅଞ୍ଚଳରେ ପୂର୍ବରୁ ରାସ୍ତା ସଂକୀର୍ଣ୍ଣ ଥିବାରୁ ଯାତାୟାତ ରେ ସମସ୍ୟା ହେଉଥିଲା । ଏବେ ଯାତାୟାତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ଅଭିଯାନ କରିଛି BMC । ପଛ ପଟେ ରହୁଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ଉଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ହଠାତ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଚ୍ଛେଦ ପରେ ଶୀଘ୍ର ପୁନର୍ବାସ ଓ ଘର ବ୍ୟବସ୍ଥା ପାଇଁ BMC ନିକଟରେ ଦାବି ରଖିଛନ୍ତି ପ୍ରଭାବିତ ପରିବାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    39.1 ° C
    39.1 °
    39.1 °
    24 %
    4.4kmh
    83 %
    Wed
    40 °
    Thu
    46 °
    Fri
    44 °
    Sat
    42 °
    Sun
    42 °

    ସମ୍ବନ୍ଧିତ