Saturday, October 3, 2026
29.5 C
Odisha

    ଖରାଦିନରେ ପିଅନ୍ତୁ ମୋସମ୍ବି ଜୁସ୍, ଶରୀରକୁ ଦେଇଥାଏ ଅନେକ ଫାଇଦା

    ଆଗକୁ ପଢନ୍ତୁ

    ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ଖରାଦିନେ ଲୋକଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଯାଇଥାଏ । ତେଣୁ ପେଟ ଏବଂ ମନକୁ ଥଣ୍ଡା ରଖିବା ପାଇଁ ଲୋକେ ଖରାଦିନ ଆସିବା ପରେ ଥଣ୍ଡା ପାନୀୟ ଜଳ ନଚେତ୍ ଜୁସ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନ ଆସୁ ଆସୁ ଜୁସ ଦୋକାନରେ ଭିଡ ହେବା ଆରମ୍ଭ ହୋଇଯାଇଥାଏ । ଗରମରୁ ରକ୍ଷା ପାଇବା ପାଇଁ କିଛି ଲୋକ ଫଳ ନଖାଇ ଜୁସ ପିଇବାକୁ ଭଲପାଇଥାନ୍ତି । ଏମିତି ଜିନିଷ ସେବନ କରିବା ଉଚିତ୍ ଯାହା ଆପଣଙ୍କୁ ସୁସ୍ଥ କରି ଗଢିତୋଳିବ । ଆପଣ ଅନେକ ଜୁସ ପିଇଥିବେ କିନ୍ତୁ ମୋସାମ୍ବି ଜୁସ ପିଇଛନ୍ତି କି? ମୋସାମ୍ବି ଜୁସ ଆମ ଶରୀର ପାଇଁ କେତେ ଲାଭଦାୟକ ଜାଣିଛନ୍ତି କି?

    ମୋସାମ୍ବି ଜୁସକୁ ଯଦି ପ୍ରତ୍ୟେକ ଦିନ ଉଚିତ୍ ମାତ୍ରାରେ ଖାଇବା ତେବେ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏହି ଫଳରେ ଅନେକ ଗୁଣ ଭରପୂର ହୋଇ ରହିଛି । ମୋସାମ୍ବି ଜୁସର ଲାଭପ୍ରଦ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।

    ଭିଟାମିନ୍ C : ମୋସାମ୍ବି ଏକ ଉନ୍ନତଧରଣର ଫଳ ଯାହା ଭିଟାମିନ୍ ସି ଗୁଣରେ ଭରପୁର । ଯାହା ଆମ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଥଣ୍ଡା, ଜ୍ବର ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

    ହଜମ ପ୍ରକ୍ରିୟା : ଏହି ଫଳ ବଦହଜମୀ, ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାଠାରୁ ଦୂରେଇ ରଖେ । ଏହି ଜୁସ ସେବନ ଦ୍ବାରା ପାଚନ ଶକ୍ତିକୁ ବଢାଇଥାଏ ।

    ତ୍ବଚା ପାଇଁ ଲାଭପ୍ରଦ : ଏହି ଜୁସରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟସ ଥିବା ହେତୁ ଆମ ତ୍ବଚାରେ ଚମକ ଆଣିଥାଏ ।

    ଓଜନରେ ହ୍ରାସ : ଏଥିରେ କମ୍ କ୍ୟାଲୋରୀ ଥିବା ହେତୁ ଶରୀରକୁ ହାଇଡ୍ରେଟ ରଖିବା ସହିତ ଓଜନ ହ୍ରାସ କରିଥାଏ ।

    ହାର୍ଟ ପାଇଁ ଲାଭପ୍ରଦ : ବ୍ଲଡ ପ୍ରେସର କାରଣରୁ ହାର୍ଟଆଟାକ ଭଳି ସମସ୍ୟା ଦେଖାଦେଇଥାଏ । ଏହି ଜୁସର ସେବନ ଦ୍ବାରା ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

    ଆଣ୍ଟି ଇଫ୍ଲାମେଣ୍ଟୋରୀ ଗୁଣ : ଏହି ଜୁସରେ ପ୍ରାକୃତ୍ତିକ ଗୁଣରେ ଭରପୁର । ଏହି ଜୁସ ସ୍ବାଦିଷ୍ଟ ହୋଇଥିବା ସହ ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ । ଏଥିରେ ସୁଗାର ମାତ୍ରା ଅଧିକ ରହିଥାଏ । ତେଣୁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଖାଇବା ଉଚିତ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ