Tuesday, April 21, 2026
38.6 C
Odisha

    ଖରାଦିନେ ଦୁର୍ବଳ ଅନୁଭବ କରୁଛନ୍ତି କି? ଶରୀରକୁ ଡିହାଇଡ୍ରେଟ୍ କରେ ଏହି ସବୁ ଜିନିଷ

    ଆଗକୁ ପଢନ୍ତୁ

    ଖରା ଗରମ ଦିନକୁ ଦିନ ବଢିବାରେ ଲାଗିଛି । ଯାହାଦ୍ବାରା ଆମ ନୀତିଦିନିଆ ଜୀବନଶୈଳୀ ଉପରେ ଖୁବ୍ ପ୍ରଭାବ ପକାଇଥାଏ । ଆଜିକାଲିର ଖରା ଗରମ ଏତେ ମାତ୍ରାରେ ବଢିଯାଇଛି ଯେ ଯାହା ସ୍ବାସ୍ଥ୍ୟକୁ ବିଗାଡି ଦେଇଥାଏ । ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା ଦ୍ବାରା ଶରୀରକୁ ଥକ୍କା ଅନୁଭବ ହୋଇଥାଏ । ଗରମ ଯୋଗୁଁ କେତେକ ଲୋକଙ୍କ ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧିବା, ମୂର୍ଚ୍ଛା ଅନୁଭବ ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସବୁ ସମସ୍ୟାର ମୁଖ୍ୟ କାରଣ ହେଉଛି ଜଳୀୟ ଅଂଶର ଅଭାବ । ତଥାପି ଆପଣଙ୍କ ଦିନଚର୍ଯ୍ୟା ଏବଂ ଖାଦ୍ୟପେୟରେ କିଛି ପରିବର୍ତ୍ତନ କରିବା ଦ୍ବାରା ଏହି ସବୁ ସମସ୍ୟାଗୁଡିକୁ ରୋକାଯାଇପାରିବ । ଖରାଦିନେ ଖରାପ ଖାଦ୍ୟପେୟ ହିଁ ଆମ ସ୍ବାସ୍ଥ୍ୟାବସ୍ଥାକୁ ବେଶୀ ଖରାପ କରି ଦେଇଥାଏ ।

    ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, ହାଲୁକା ଏବଂ ଥଣ୍ଡା ଖାଦ୍ୟ ଖାଇବା ଏବଂ ସୂର୍ଯ୍ୟ କିରଣରୁ ନିଜକୁ ରକ୍ଷା କରିବା ଦ୍ୱାରା ଆପଣ ସାରା ଦିନ ଏନର୍ଜିଟିକ୍ ଅନୁଭବ କରିପାରିବେ । ତେବେ ଖରାଦିନେ କିପରି ଆପଣ ଏନର୍ଜିଟିକ୍ ଅନୁଭବ କରିବେ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

    ହାଇଡ୍ରେଟ୍ ରଖିବା : ଶରୀରରେ ଜଳୀୟ ଅଂଶର ଅଭାବ ନହେବା ଗରମ ଦିନ ପାଇଁ ଗୁରୁତ୍ବପୂର୍ଣ୍ଣ । ଜଳୀୟ ଅଂଶର ଅଭାବ ନ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍ । ଏହା ବ୍ୟତୀତ ନଡିଆ ପାଣି, ଲେମ୍ବୁ ପାଣି, ବଟର ମିଲ୍କ ଏବଂ ORS ପିଇବା ନିହାତି ଜରୁରୀ । ଏହା ସହିତ ତରଭୁଜ, ଖରଭୁଜ, କାକୁଡି ଏବଂ କମଳା ଭଳି ଜିନିଷ ଖାଇବାକୁ ଚେଷ୍ଟା କରନ୍ତୁ । ଏଥିରେ ଜଳୀୟ ଅଂଶ ଭରପୂର ମାତ୍ରାରେ ରହିଛି । ଯାହା ଶରୀରକୁ ହାଇଡ୍ରେଟ୍ କରି ରଖିବାରେ ସାହାଯ୍ୟ କରିଥାଏ ।  ତେଣୁ ଏହି ସବୁ ଖାଦ୍ୟ ଖରାଦିନ ପାଇଁ ଖୁବ୍ ଉପଯୋଗୀ ।

    ଖାଦ୍ୟପେୟରେ ପରିବର୍ତ୍ତନ : ଖରା ଗରମ ଯୋଗୁଁ ପାଚନ ପ୍ରକ୍ରିୟାରେ ସାଧାରଣତଃ ସମସ୍ୟା ଦେଖିବାକୁ ମିଳିଥାଏ । ସେଥିପାଇଁ ଏହି ଦିନରେ ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବା ନିହାତି ଆବଶ୍ୟକ । ତେଣୁ ଏହି ଦିନରେ ହାଲୁକା କିମ୍ବା ସହଜରେ ହଜମ ହୋଇ ଯାଉଥିବା ଭଳି ଖାଦ୍ୟ ଖାଆନ୍ତୁ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବ । ବିଶେଷ କରି ଏହି ଦିନରେ ଫାଷ୍ଟଫୁଡ୍, ତେଲ ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଆପଣ ଅନେକ ସମସ୍ୟାରେ ପଡିପାରନ୍ତି । ଗରମ ଦିନରେ ସୁସ୍ଥ ରହିବାକୁ ଚାହୁଁଥିଲେ ଦହି, ସାଲାଡ, ମୁଗ ଡାଲି ଏବଂ ସବୁଜ ପନିପରିବା ଖାଇବାରେ ସାମିଲ କରନ୍ତୁ । ଯାହା ଆପଣଙ୍କୁ ଇନଷ୍ଟାଣ୍ଟ  ଏନର୍ଜି ଦେବ ।

    ସୂର୍ଯ୍ୟ କିରଣଠାରୁ ଦୂରେଇ ରୁହନ୍ତୁ : ଦିନ ୧୨ ଟାରୁ ୪ଟା ପର୍ଯ୍ୟନ୍ତ ବାହାରକୁ ନଯିବାକୁ ଚେଷ୍ଟା କରନ୍ତୁ । ଯଦି ଅତ୍ୟାବଶ୍ୟକୀୟ କାମ ରହିଛି ତେବେ ମୁଣ୍ଡରେ ଟୋପି, ସ୍କାର୍ଫ କିମ୍ବା ଛତା ସାଙ୍ଗରେ ନେଇ ବାହାରକୁ ଯାଆନ୍ତୁ । ଲାଇଟ୍ କଲରର ପୋଷାକ ପିନ୍ଧନ୍ତୁ । ଯାହା ଶରୀରକୁ ଥଣ୍ଡା ରଖିବ ।

    ଘରକୁ ଫେରି ଏହା କରନ୍ତୁ ନାହିଁ : ଘରକୁ ଫେରିବା ପରେ ତୁରନ୍ତ ଗାଧାନ୍ତୁ ନାହିଁ  । ୫ରୁ ୧୦ ମିନିଟ୍ ପ୍ରଥମେ ବିଶ୍ରାମ ନିଅନ୍ତୁ । ଏୟାରକଣ୍ଡିସନ ପରିବର୍ତ୍ତେ ଫ୍ୟାନ୍ ତଳେ ବସନ୍ତୁ । ଏଥିସହ ଖରାରୁ ଆସି ତୁରନ୍ତ ଥଣ୍ଡା ଜାତୀୟ ଖାଦ୍ୟ, ଆଇସ୍କ୍ରିମ୍ ଖାଆନ୍ତୁ ନାହିଁ ।  ଯାହା ଦ୍ବାରା ଗଳାରେ ଯନ୍ତ୍ରଣା ସୃଷ୍ଟି କରିପାରେ । ରାତିରେ ଅତି କମରେ ୭ ରୁ ୮ଘଣ୍ଟା ଶୋଇବା ଉଚିତ୍ । ସକାଳେ ଫିଟ୍ ରହିବା ପାଇଁ ବ୍ୟାୟାମ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.6 ° C
    38.6 °
    38.6 °
    16 %
    4.4kmh
    4 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    43 °

    ସମ୍ବନ୍ଧିତ