Tuesday, March 31, 2026
35.4 C
Odisha

    ଖରା ଛୁଟିରେ ଛାତ୍ରଛାତ୍ରୀ କରିବେ ହଲିଡେ’ ହୋମ୍‌ୱାର୍କ, ରୋଷ୍ଟର୍‌ ଡ୍ୟୁଟିରେ ଶିକ୍ଷକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାରଠାରୁ ରାଜ୍ୟରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି। ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି ପାଇଁ ସରକାର ଘୋଷଣା କରିଛନ୍ତି। ଏହି ସମୟରେ ସ୍କୁଲର ସମସ୍ତ କାର୍ଯ୍ୟ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା କରାଯିବ। ଏଥିପାଇଁ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଏନେଇ ଆଜି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରଙ୍କୁ ବିବିଧ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃଦ୍ଧି ପାଇଁ କେତେକ ଅବସରକାଳୀନ ଗୃହକାର୍ଯ୍ୟ(ହଲିଡେ ହୋମୱର୍କ) ପ୍ରତିବର୍ଷ ଦିଆଯାଉଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ସମୟକୁ ଉପଯୁକ୍ତ ଭାବେ ବିନିଯୋଗ କରିବା ସହ ପୂର୍ବ ଶ୍ରେଣୀର ଧାରଣାଗୁଡ଼ିକୁ ଦୃଢ଼ୀକରଣ କରିବା ଓ କିଛି ମାତ୍ରାରେ ନୂତନ ଶ୍ରେଣୀର ପାଠକୁ ଶିଖିବାର ସହାୟକ ହୋଇପାରିବ। ଏହି ଅବକାଶକାଳୀନ ଗୃହକାର୍ଯ୍ୟକୁ ରିସୋର୍ସ ଟିଚର ପ୍ରସ୍ତୁତ କରିବେ ଏବଂ ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବେ। ଛାତ୍ରୀଛାତ୍ରଙ୍କର କୌଣସି ବିଷୟରେ ଦ୍ୱନ୍ଦ୍ୱ ଥିଲେ, ସେମାନେ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକଙ୍କୁ ଟେଲିଫୋନ ଯୋଗେ ସେମାନଙ୍କର ସନ୍ଦେହ ଦୂର କରିପାରିବେ। ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରୀଛାତ୍ରମାନେ କିପରି ସ୍ୱପଠନ କରିବେ, ସେଥିପାଇଁ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକମାନେ ଛାତ୍ରୀଛାତ୍ର/ଅଭିଭାବକଙ୍କ ସହ ଆଲୋଚନା କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ