Thursday, April 2, 2026
37.1 C
Odisha

    ଖରା ବଢ଼ିଲେ ଅଙ୍ଗନବାଡ଼ି ବନ୍ଦ କରାଯିବ, ଛୁଆଙ୍କ ଖାଦ୍ୟ ଘରକୁ ପଠାଯିବ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପ୍ରବଳ ଖରା ସାଙ୍ଗକୁ ରାଜ୍ୟରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳ ୮ଟା ହେଲା ମାତ୍ରେ ଟାଣ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ଖରାପ। ରାଜ୍ୟରେ ଏବେ ସକାଳୁଆ ସ୍କୁଲ ଜାରି ଥିବା ବେଳେ ପିଲାମାନେ ସାଢ଼େ ୧୦ଟାରେ ଘରକୁ ଆସିଲା ବେଳକୁ ଭାରି କଷ୍ଟ ଅନୁଭବ କରୁଛନ୍ତି। ସେହିପରି ଅଭିଭାବକମାନେ ଯେତେବେଳେ ଛୋଟ ପିଲାମାନଙ୍କୁ ସ୍କୁଲକୁ ଆଣିବାକୁ ଯାଇ ବାହାରେ ‌ଅପେକ୍ଷା କରୁଛନ୍ତି, ଭାରି ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏଭଳି ପରିସ୍ଥିତିରେ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଶ୍ରୀଘ୍ର ଗ୍ରୀଷ୍ମକାଳନୀ ଛୁଟି ଘୋଷଣା କରାଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ନେଇ ଦାବି କରାଯାଉଛି। ରାଜ୍ୟ ସରକାର କହିଛନ୍ତି, ଚଳିତ ବର୍ଷ ଖରାଛୁଟି ନେଇ ଆସନ୍ତା ୨ ଦିନରେ ନିଷ୍ପତ୍ତି ନିଆଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖରାଛୁଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଛି। ମେ ୬ ତାରିଖ ପର୍ଯ୍ୟନ୍ତ ଆଗୁଆ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

    ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଖରା ବଢ଼ିଲେ ଅଙ୍ଗନବାଡ଼ି ବନ୍ଦ କରାଯିବ। ଛୁଆଙ୍କ ଖାଦ୍ୟ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନିର୍ଦ୍ଦେଶନାମା ଜାରି କରାଯିବ। ଏ ସମ୍ପର୍କରେ ଆଜି ଆଲୋଚନା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ