Thursday, October 1, 2026
23.8 C
Odisha

    ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଓଡ଼ିଆ ଝିଅ ରିତିକା ରଥ

    ଆଗକୁ ପଢନ୍ତୁ

    ଭୁ‌ବନେଶ୍ବର : କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ର ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଆ ଝିଅ ରିତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି। ରାଜ୍ୟର ଅନ୍ୟତମ ପ୍ରତିଭା ଦେବିକା ପ୍ରିୟଦର୍ଶିନୀଙ୍କୁ ୯୫ତମ ରାଙ୍କ ମିଳିଥିବା ବେଳେ ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ ରହିଛନ୍ତି। ସେହିପରି ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ ଅନୁପ ନାୟକ ରହିଛନ୍ତି। ସେହିପରି ୪୧୪ରେ ପଦ୍ମନାଭ ମିଶ୍ର, ୪୧୬ରେ ପ୍ରଶାନ୍ତ ମିଶ୍ର, ୪୨୮ରେ ଧୃତିରାଜ ମିଶ୍ର, ୪୪୩ରେ ଅଙ୍କିତା ରଥ, ୫୩୫ରେ କୌଶିକ ମିଶ୍ର, ୫୬ରେ ସମରନ ସାହୁ, ୮୪୦ରେ ରିଶିତା ଦାଶ, ୯୭୧ରେ ଗୋପୀନାଥ ସାହୁ, ୯୮୭ରେ ଆଦିତ୍ୟ ବେହେରା ଓ ୯୯୪ରେ ଅନ୍ନପୂର୍ଣ୍ଣା ମିଶ୍ର ଅଛନ୍ତି।

    ମୁଁ ତୃତୀୟ ଉଦ୍ୟମରେ ଆଇଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି। ପ୍ରାୟ ୩ ବର୍ଷର ପରିଶ୍ରମ ପରେ ସଫଳତା ପାଇପାରିଛି। ମଧ୍ୟପ୍ରଦେଶର ଇନ୍ଦୋର ଆଇଏମ୍‌ରୁ ଡିଗ୍ରି ହାସଲ କରିବା ପରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ବେଶି ସମୟ ସକାଳେ ପଢ଼ୁଥିଲି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢୁନଥିଲି। ସାମାଜିକ ଗଣମାଧ୍ୟମ ଠାରୁ ଦୂରରେ ରହୁଥିଲି ବୋଲି ରୀତିକା ରଥ କହିଛନ୍ତି। ସୂଚନାଯୋଗ୍ୟ, ଆଇଏଏସ୍‌ ପରୀକ୍ଷାରେ ଶକ୍ତି ଦୁବେ ଶ୍ରେଷ୍ଠ ସ୍ଥାନ ଅଧିକାର କରଥିବା ବେଳେ ହର୍ଷିତା ଗୋୟଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅର୍ଚ୍ଚିତ ପରାଗ, ଶାହ ମାର୍ଗି ଚିରାଗ ଓ ଆକାଶ ଗର୍ଗ ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। କୋମଲ କୁନିଆକୁ ଷଷ୍ଠ ଓ ଆୟୁଶି ବଂଶଲଙ୍କୁ ଏହି ପରୀକ୍ଷାରେ ୭ମ ରାଙ୍କ ମିଳିଛି। ରାଜ କ୍ରିଷ୍ଣା ଝା, ଆଦିତ୍ୟ ବିକ୍ରମ ଅଗ୍ରୱାଲଓ ମୟଙ୍କ ତ୍ରିପାଠୀଙ୍କୁ ଯଥାକ୍ରମେ ଅଷ୍ଟମ, ନବମ ଓ ଦଶମ ସ୍ଥାନ ମିଳିଛି।

    ୟୁପିଏସ୍‌ସି ସଂକ୍ଷିପ୍ତ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। ଫଳାଫଳ ଦେଖିବା ପାଇଁ www.upsc.gov.inକୁ ଯାଇ ଆପଣଙ୍କ ରେଜଲ୍ଟ ଦେଖିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ