Tuesday, September 29, 2026
30.1 C
Odisha

    ଖାଇବା ପରେ ନିଦ କାହିଁକି ଲାଗେ ଜାଣନ୍ତୁ ବୈଜ୍ଞାନିକ କାରଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସାଧାରଣ ଭାବେ ଖାଇବା ପରେ ଅଧିକାଂଶ ସମୟରେ ଆମ ସମସ୍ତଙ୍କୁ ଅଳସୁଆ ଥକ୍କା ଲାଗିବା ସହିତ ନିଦ ଆସିଥାଏ।ଏହା ପଛରେ ବି ରହିଛି ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା –

    ଅନେକ ସମୟରେ ବିବାହ, ପର୍ବପର୍ବାଣି, ପାର୍ଟିରେ ଭୋଜିଭାତ ଖାଇବା ପରେ ପରେ କିଛି ଲୋକ ୧ ମିନିଟ୍ ସମୟରେ ବସିବା ସ୍ଥାନରେ ହିଁ ଶୋଇଯାଇଥାନ୍ତି। ଏହାକୁ ଫୁଡ କୋମା କୁହାଯାଇଥାଏ।ଫୁଡ କୋମାକୁ ବିଜ୍ଞାନ ଭାଷାରେ ‘ପୋଷ୍ଟପ୍ରାଣ୍ଡିଆନ ସୋମ୍ନୋଲେନ୍ସ’ କୁହାଯାଇଥାଏ। ଏହାର ଅର୍ଥ ହେଉଛି ଖାଇବା ପରେ ନିଦ ଆସିବା। ତେବେ ଖାଇବା ପରେ ନିଦ କାହିଁକି ଆସେ ସେନେଇ ୨୦୦୦ ଦଶକଠାରୁ ଗବେଷଣା ଆରମ୍ଭ କରାଯାଇଥିଲା।ଦ୍ୱିପ୍ରହର ସମୟରେ ଖାଇବା ପରେ ଅଧିକାଂଶ ଲୋକଙ୍କଠାରେ ଏହି ଫୁଡ କୋମା ସମସ୍ୟା ଦେଖିବାକୁ ମିଳିଥାଏ।

    ତେବେ ଫୁଡ କୋମାର ଅଲଗା ଅଲଗା ଲକ୍ଷଣ ଆପଣମାନେ ମଧ୍ୟ ଅନୁଭବ କରିଥିବେ । ନିଦ ଆସିବା, ଶାରୀରିକ ଥକ୍କାପଣ, ଉର୍ଜା ସ୍ତର ହ୍ରାସ, ଫୋକସ୍ ହରାଇବା ଆଦି ଗୋଟିଏ ଗୋଟିଏ ଲକ୍ଷଣ । ରିସର୍ଚ୍ଚ ଅନୁଯାୟୀ, ଦ୍ୱିପ୍ରହର ଭୋଜନ ପରେ ଆମର ବ୍ରେନରେ ରକ୍ତର ପ୍ରବାହ କମ୍ ହୋଇଯାଇଥାଏ ।

    ସାଧାରଣତଃ ଯେଉଁମାନେ ସକାଳେ ଜଳଖିଆ କରିନଥାନ୍ତି ସେମାନଙ୍କ ଠାରେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ। ଏଥିସହିତ ଅଧିକ ଖାଉଥିବା ଓ ପିଜ୍ଜା ଖାଉଥିବା ଲୋକମାନେ ଏଥିରେ ବେଶି ପ୍ରଭାବିତ ହୋଇଥାନ୍ତି ବୋଲି କୁହାଯାଏ। ଫ୍ୟାଟ ଓ ପ୍ରୋଟିନରେ ଭରପୂର ଖାଦ୍ୟ ସେବନ କରିବା ଫଳରେ ଏହି ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ଆମର ଶରୀରକୁ ଆଳସ୍ୟ କରିଦେଇଥାଏ। ଅଧିକ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଭୋଜନ କରିବା ଫଳରେ ରକ୍ତରେ ଆମିନୋ ଏସିଡ ଟ୍ରିପ୍ଟୋଫେନର ସ୍ତର ବଢ଼ିଯାଇଥାଏ। ଫଳରେ ନିଦ ହରମୋନ ସେରୋଟେନିନର ମାତ୍ରା ବୃଦ୍ଧି ପାଇଥାଏ।

    ତେବେ ଫୁଡ କୋମା ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ବୋଲି ହେଲଥ୍ ରିପୋର୍ଟରେ କୁହାଯାଇଛି। ଫୁଡ କୋମାକୁ ଆଜି ପର୍ଯ୍ୟନ୍ତ ବି ବୈଜ୍ଞାନିକମାନେ ସଠିକ ଭାବେ ବୁଝିପାରି ନାହାନ୍ତି। ମାତ୍ର କିଛି ସ୍ଥିତିରେ ଏହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଖାଇବା ପରେ ଥକ୍କା ଲାଗିବା ଡାଇବେଟିସର ସଙ୍କେତ ହୋଇଥାଏ।

    ତେବେ ଫୁଡ କୋମାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସନ୍ତୁଳିତ ଖାଦ୍ୟ ସେବନ କରିବା ଦରକାର। ଏଥିସହିତ ମଦ୍ୟପାନକୁ ସୀମିତ କରିବା, ଦୈନିକ ସମ୍ପୂର୍ଣ୍ଣ ନିଦ୍ରା ଯିବା ନିହାତି ଜରୁରୀ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ