Thursday, October 9, 2025
29.1 C
Odisha

    ଖାଦ୍ୟରେ ସାମିଲ କରନ୍ତୁ ଧନିଆ ପତ୍ର, ଯାହା ସ୍ବାଦ ବଢାଇବା ସହ ଅନେକ ରୋଗରୁ ଦେବ ଉପଶମ

    ଆଗକୁ ପଢନ୍ତୁ

    ଆସୁଛି ଶୀତ ଋତୁ । ଶୀତଦିନରେ ପ୍ରଚୁର ମାତ୍ରାରେ ଧନିଆପତ୍ର ମାର୍କେଟରେ ମିଳିଥାଏ । ଏହାର ବାସ୍ନା ଯେତିକି ଭଲ ଧନିଆ ପତ୍ର ମଧ୍ୟ ସେତିକି ସ୍ବାଦିଷ୍ଟ ହୋଇଥାଏ । ଖାସ୍ କରି ଶୀତ ଦିନେ ସବୁଜ ପନିପରିବାର ଚାହିଦା ବେଶ୍ ଅଧିକ ରହିଥାଏ । ଯାହାଫଳରେ ଲୋକମାନେ ଏହି ଋତୁରେ ବିଭିନ୍ନ ପ୍ରକାରର ପନିପରିବା, ଶାଗ ଆଦି ଖାଇବା ପାଇଁ ଭଲପାଇଥାନ୍ତି । ଧନିଆ ପତ୍ର ଏକ ଏପରି ଜିନିଷ ଯାହା ଖାଦ୍ୟରେ ପକାଇବା ଦ୍ବାରା ସ୍ବାଦକୁ ଦ୍ବିଗୁଣିତ କରିଦେଇଥାଏ । ଏହି ଋତୁରେ ଏହାର ମୂଲ୍ଯ ମଧ୍ଯ ଶସ୍ତା ଥାଏ । ଯାହା ଅମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କୁ ଶୀତ ଦିନେ ବିଭିନ୍ନ ପ୍ରକାରର ରୋଗ ହେଉଛି । ତେବେ ଆପଣ ଏହି ସବୁଜ ଧନିଆ ପତ୍ର ନିହାତୀ ଖାଆନ୍ତୁ । ଶୀତ ଦିନିଆ ରୋଗରୁ ଧନିଆ ପତ୍ର ଆପଣଙ୍କୁ କିପରି ରକ୍ଷା କରିଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ଥାୟାମିନ୍, ନାୟାସିନ୍ ଏବଂ କ୍ୟାରୋଟିନ୍ ରହିଛି । ଯାହା ଅନେକ ରୋଗରୁ ଉପଶମ ଦେଇଥାଏ ।

    ଶୀତ ଦିନେ ହେଉଥିବା ରୋଗରୁ ରକ୍ଷା ପାଇବା ପାଇଁ ଧନିଆ ପତ୍ର ବହୁତ ଲାଭଦାୟକ । ଏହି ଋତୁରେ ସାଧାରଣତଃ ଲୋକମାନେ ଥଣ୍ଡା ଜନିତ ସମସ୍ୟାର ସମ୍ମୁଖୀନ କରିଥାଆନ୍ତି । ତେଣୁ ଥଣ୍ଡା ପାଇଁ ଧନିଆ ପତ୍ର ସର୍ବୋତ୍ତମ । ଏହି ସମସ୍ୟା ଦେଖାଦେଉଥିଲେ ଧନିଆ ପତ୍ର ନିଶ୍ଚୟ ଖାଆନ୍ତୁ । ଯାହା ଆପଣଙ୍କୁ ଥଣ୍ଡା ଜନିତ ସମସ୍ୟାରୁ ଆରାମ ଦେଇଥାଏ । ଏହାକୁ ଆପଣ ବିଭିନ୍ନ ପରିବା, ସାଲାଡ୍ କିମ୍ବା ଚଟଣି ରୂପେ ବ୍ୟବହାର କରିପାରିବେ ।

    ଶୀତ ଦିନେ ବହୁତ ଭୋକ ଲାଗିଥାଏ ଏବଂ ଟେଷ୍ଟି ଫୁଡ୍ ଖାଇବାକୁ ଇଚ୍ଛା ହୋଇଥାଏ । ଯାହା ଫଳରେ ପେଟ ସମ୍ବନ୍ଧୀୟ ସମସ୍ଯା ମଧ୍ଯ ଦେଖିବାକୁ ମିଳିଥାଏ । ତେଣୁ ଏପରି ସ୍ଥିତିରେ ପେଟ ସମ୍ବନ୍ଧୀୟ ସମସ୍ଯାରୁ ମୁକ୍ତି ପାଇବା ପାଇଁ ହେଲେ ଧନିଆ ପତ୍ରର ଜୁସ୍ ପିଅନ୍ତୁ । ଯାହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।

    ଯଦି ଆପଣଙ୍କର ପରିସ୍ରା ପୋଡା କିମ୍ବା ପରିସ୍ରା କରିବାରେ କୌଣସି ସମସ୍ଯା ଉପୁଜୁଛି ତେବେ ପ୍ରତିଦିନ ଧନିଆ ପତ୍ର ସେବନ କରିବା ଆବଶ୍ଯକ । ଏହାଦ୍ବାରା ଆପଣଙ୍କ ସମସ୍ଯା ଦୂର ହୋଇଯିବ । ସବୁଜ ଧନିଆ ପତ୍ରରୁ ଭିଟାମିନ୍ ଭରପୂର ମାତ୍ରାରେ ମିଳିଥାଏ ଯାହା ଗଣ୍ଠି ରୋଗ ପାଇଁ ବେଶ୍ ଫଳପ୍ରଦ ହୋଇଥାଏ ।

    ଧନିଆ ପତ୍ରକୁ କୌଣସି ରୂପରେ ସେବନ କରିବା ରୋଗୀଙ୍କ ପାଇଁ ଚମତ୍କାର ସାବ୍ଯସ୍ତ ହୋଇଥାଏ । ଏହା ରକ୍ତରେ ଇନସୁଲିନ୍ ମାତ୍ରାକୁ ନିୟନ୍ତ୍ରଣ ରଖିବା ସହ ବ୍ଲଡ୍ ସୁଗାର ମାତ୍ରାକୁ କମ୍ କରିଥାଏ । ପାଟିରେ ହୋଇଥିବା ଘା ପାଇଁ ଧନିଆପତ୍ର ମହୈାଷଧି ଭଳି ହୋଇଥାଏ । ଏହା ଖାଇବା ଦ୍ବାରା ପାଟି ର୍ଦୁଗନ୍ଧ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

    ଯଦି ଆପଣଙ୍କୁ ଶୀତ ଦିନେ ଏଭଳି କୌଣସି ସମସ୍ଯା ଦେଖାଯାଉଥାଏ ତେବେ ଧନିଆ ପତ୍ରକୁ ଆପଣମାନେ ଯେକୌଣସି ଉପାୟରେ ଖାଇପାରିବେ । ଏପରି କରିବା ଦ୍ବାରା ଆପଣଙ୍କ ସମସ୍ଯା ଦୂର ହେବା ସହ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.1 ° C
    29.1 °
    29.1 °
    67 %
    2.8kmh
    28 %
    Thu
    29 °
    Fri
    29 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ