Sunday, August 2, 2026
25.5 C
Odisha

    ଆଜିଠୁ ବିଜେଡିର ପଦଯାତ୍ରା, ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ବିଜେଡିର ପଦଯାତ୍ରା । ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ । ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି । ନାରୀ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା ।

    ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ସରକାରକୁ ଆସିଥିବା ବିଜେପି, ବିକାଶ ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜେଡି । ଯାହା ବିକାଶ ହୋଇଥିଲା ନବୀନଙ୍କ ସମୟରେ । ବିଜେପି ପରିବର୍ତନ କଥା କହିଥିଲା । ରଙ୍ଗ ଓ ନାଁ ପରିବର୍ତ୍ତନ କରୁଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ପରିବର୍ତନ କରିଛନ୍ତି । BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରିଛନ୍ତି । ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କଥା କହିଥିଲେ, କିନ୍ତୁ କଲେନି । ନବୀନ ସରକାରଙ୍କ ସମୟର କାମ ବି ବନ୍ଦ କରି ଦେଲେ । ଦୁଇ କୋଟି ଚାକିରୀ କଥା କହିଥିଲେ । ଏବେ ପକୋଡ଼ି ବିକିବାକୁ ଚାକିରୀ କହୁଛନ୍ତି । ନିଜ କୁଜି ନେତାଙ୍କୁ ଥଇଥାନ କରିବାକୁ ଯୋଜନା ହେଉଛି । ପଦଯାତ୍ରାରେ ବିଜେଡି ବିଜେପିର ମୁଖା ଖୋଲିବ ବୋଲି କହିଛି ଦଳ । ଗୋପବନ୍ଧୁ ଜୟନ୍ତୀରୁ ୧ ମାସ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା । ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    89 %
    1.3kmh
    82 %
    Sun
    31 °
    Mon
    31 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ