Wednesday, March 18, 2026
34.7 C
Odisha

    ଖୋର୍ଦ୍ଧାରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ଶୋ

    ଆଗକୁ ପଢନ୍ତୁ

    ରବିବାର ସନ୍ଧ୍ୟାରେ ସହର ପୁଷ୍ପମୟ ହୋଇଥିବାବେଳେ ଆତସବାଜୀରେ ଝିଲିମିଲି ଲାଇଟରେ ସହର ସୌନ୍ଦର୍ଯ୍ୟମୟ ହୋଇଥିଲା। ଯୋଡି ଶଙ୍ଖ ନାଦକୁ ଘୋଡାନାଚ ଓ ଦୁଲୁଦୁଲି ବାଦ୍ୟରେ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ କମ୍ପୁଥିଲା ସହର। ସହରର ଛକ ଛକରେ ନବୀନ ନାରା ଶୁଭୁଛି। ସବୁଠାରେ ବିଜେଡି ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଓ ଅଜସ୍ର ଭଲପାଇବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଷଷ୍ଠଥର ଲାଗି ଆର୍ଶିବାଦ କରିବାକୁ ସାଧାରଣ ଜନତା ସମବେତ ହୋଇଥିବା ଦେଖାଯାଇଥିଲା। ତେବେ ରବିବାର ସନ୍ଧ୍ୟା ୭ଟାରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜେଡିର ଷ୍ଟାର କ୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ର୍ରଚାର କରିଛନ୍ତି। ବିଜେଡି ପକ୍ଷରୁ ଆୟୋଜିତ ରୋଡ ଶୋ ରେ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ବିଜେଡିର ଦୁଇ ପ୍ରାର୍ଥୀଙ୍କ ଲାଗି ଭୋଟଭିକ୍ଷା କରିଛନ୍ତି।

    ସହରର ପ୍ରତି ଛକରେ କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ୱାଗତ କରାଯାଇଛି। ସ୍ଥାନୀୟ ମୁକୁନ୍ଦପ୍ରସାଦ ଜଟଣୀ ଓଭରବ୍ରିଜ ନିକଟରୁ ଆରମ୍ଭ ହୋଇଥିବା ଏହି ରୋଡଶୋ ମୁକୁନ୍ଦପ୍ରସାଦ ଛକ, ଗୋଡିପୋଖରୀ ଛକ, ଟ୍ରାଫେିକ ଛକ, ସମବାୟ ବ୍ୟାଙ୍କ ଛକ, ବ୍ୟାଙ୍କ ଛକ, ଭେଟେନାରୀ ଛକ, ନୂଆବସଷ୍ଟାଣ୍ଡ ଛକ ପ୍ରଭୃତି ଅଂଚଳ ପରିକ୍ରମା କରିଥିଲା। ଏହି ସମୟରେ ସବୁ ଛକରେ ପୁଷ୍ପ ବର୍ଷା କରାଯାଉଥିଲା। ବିଜେଡି ଜିନ୍ଦବାଦ ନାରାରେ ସବୁ ଅଂଚଳ କମ୍ପୁଥିବାବେଳେ କାର୍ତ୍ତିକ ପାଣ୍ଡିଆନଙ୍କ ରୋଡ ଶୋ ରେ ରାସ୍ତାପାଖରେ ୨୦ ହଜାରରୁ ଉଦ୍ଧ୍ୱର୍ ଜନସମର୍ଥନ ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.7 ° C
    34.7 °
    34.7 °
    25 %
    2.8kmh
    100 %
    Wed
    34 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ