Wednesday, October 7, 2026
22.5 C
Odisha

    ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର

    ଆଗକୁ ପଢନ୍ତୁ

    ସମ୍ବଲପୁର  : ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ରେଢ଼ାଖୋଲ ଥାନା ଡୁମଚାଲି ଜଙ୍ଗଲ ଅଞ୍ଚଳରେ ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ୍ ଟିମା ଆହତ ହୋଇଛି।  ଟିମାର ଡାହାଣ ଗୋଡରେ ଗୁଳି ବାଜିଛି।  ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି।  ସକାଳ ପ୍ରାୟ ୫ଟା ୪୫ ମିନିଟ୍ ସମୟରେ ତିନି ସହଯୋଗୀଙ୍କ ସହ ରେଢ଼ାଖୋଲ ଥାନା ସୀମା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଞ୍ଚଳରେ ଥିବା ଜଣାପଡ଼ିଥିଲା । ତେବେ ଅଭିଯୁକ୍ତମାନେ ପଳାୟନ କରିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଥିଲା ପୁଲିସ । ଅଭିଯୁକ୍ତ ଧନେଶ୍ବର ମଧ୍ୟ ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା ।

    ତେବେ ପୁଲିସର ଜବାବୀ ଗୁଳି ସିଧା ଧନେଶ୍ବରର ଡାହାଣ ଗୋଡ଼ରେ ବାଜିଥିଲା । ଟିମା ନାଁରେ ବିଭିନ୍ନ ଜିଲ୍ଲାରେ ୪୦ରୁ ଅଧିକ ମାମଲା ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ ପିସ୍ତଲ, ଗୋଟିଏ ବୋଲେରୋ, ତାର କଟର୍ ଏବଂ ବିଦ୍ୟୁତ ଟ୍ରାନ୍ସମିସନ୍ ତାର କାଟିବା ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ର ଜବତ କରିଛି ପୁଲିସ। ଧନେଶ୍ବର ସହ ତା’ର ତିନି ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । 

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ