Saturday, July 26, 2025
24.9 C
Odisha

    ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ, ଲୋକେ ଆତଙ୍କିତ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ । ଲୋକେ ଆତଙ୍କିତ । ଖୋର୍ଦ୍ଧା ଜଙ୍କିଆ ମୁଣ୍ଡାଆମ୍ବ ଗାଁରେ ଥିବା ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିଲେ । ପ୍ରାଣୀ ସମ୍ପଦ ପକ୍ଷରୁ ଫାର୍ମରୁ ଯାଇଥିବା ଶ୍ୱାସନାଲି, ମଳଦ୍ୱାର ଓ ମୃତ ନମୁନା ପକ୍ଷୀର ପରେୱାର୍ଡ ଫ୍ଲୁ ପୋସିଟିଭ ଚି଼ହ୍ନଟ ହୋଇଛି । ପ୍ରାଣୀସମ୍ପଦ ବିଭାଗ ପକ୍ଷରୁୃ ସମ୍ପୃକ୍ତ କୁକୁଡ଼ା ଫାର୍ମରେ ଥିବା ୪ ହଜାର ୫୦୭ ଟି କୁକୁଡ଼ା ୮ଟି RRT ଦ୍ୱାରା ମରାଯାଇ ପୋତି ଦିଆଯାଇଛି । ଏହାସହ ୨ଟି RRT ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ହେଇଛନ୍ତି ।

    ଏହାପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବି ବ୍ୟାପିଥିଲା ବାର୍ଡ ଫ୍ଲୁ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାପିଡ୍ ରେସ୍ପନସ ଟିମ୍- ଆରଆରଟି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବଡ଼ ଆଙ୍କୁଲାର ଏକ କୁକୁଡ଼ା ଫାର୍ମରୁ ସଂକ୍ରମତ କୁକୁଡ଼ା ଅଭିଯାନ ଆରମ୍ଭ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏଠାରେ ୬୦୦୦ କୁକୁଡ଼ା ମାରିଥିଲା ପ୍ରଶାସନ । ୪ ମାସ ତଳେ ଅଞ୍ଚଳରେ ବାର୍ଡ ଫ୍ଲୁ’ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ। ଏବେ ଚାଷୀ ପୁଣି ମୁଣ୍ଡରେ ହାତ ଦେଲେଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    88 %
    3.2kmh
    100 %
    Sat
    28 °
    Sun
    30 °
    Mon
    30 °
    Tue
    28 °
    Wed
    29 °

    ସମ୍ବନ୍ଧିତ