Sunday, September 27, 2026
24.7 C
Odisha

    ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍‌ ; ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

    ଆଗକୁ ପଢନ୍ତୁ

    ସମ୍ବଲପୁର. : ଗତ ୨୪ ଘଣ୍ଟା ହେଲା ଛତିଶଗଡ଼ରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଏହା ପ୍ରଭାବରେ ରାୟପୁର ଏବଂ ଦୁର୍ଗ ଜିଲ୍ଲାର ବହୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପଟେ ଉପରମୁଣ୍ଡରୁ ଜଳ ପ୍ରବାହ ବୃଦ୍ଧି ପାଇବାରୁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ବଢ଼ିଛି।ତେଣୁ, ଡ୍ୟାମ୍‌ର ୨୮ ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।ଛତିଶଗଡ଼ର ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ମହାନଦୀ ସମେତ ଅନ୍ୟାନ୍ୟ ପ୍ରମୁଖ ନଦୀ ଏବଂ ଜଳାଶୟଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ନଦୀକୂଳିଆ ଗାଁଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଛତିଶଗଡ଼ରୁ ବନ୍ୟାଜଳ ଆସିବାରୁ ମହାନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇଛି ଏବଂ ଏହାର ସିଧାସଳଖ ପ୍ରଭାବ ହୀରାକୁଦ ଡ୍ୟାମ ଉପରେ ପଡ଼ିଛି। ଗତ ୨୧ ତାରିଖ‌ରେ ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ୍‌ ସହ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣଗର୍ଭା ଥିଲା। ତେଣୁ ଏହି ବର୍ଷା ଯୋଗୁଁ ନଦୀବନ୍ଧ ଉପରେ ଚାପ ବୃଦ୍ଧିକୁ ଦୃଷ୍ଟିରେ ରଖି ଜଳ ପ୍ରବେଶର ଦୁଇଗୁଣା ବନ୍ୟାଜଳ ନିଷ୍କାସନ କରାଯାଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ରୁ ୪୮ଘଣ୍ଟା ମଧ୍ୟରେ ମେଘୁଆ ପାଗ ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ନଦୀକୂଳିଆ ଏବଂ ନିଛାଟିଆ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ