Wednesday, October 7, 2026
30.3 C
Odisha

    ଗଙ୍ଗୁଆ କେନାଲରେ ବୁଡ଼ି ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଚକେଇସିଆଣି ଗଙ୍ଗୁଆ କେନାଲରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ମୁତାବକ, କୌଣସି କାରଣବଶତଃ ଯୁବକ ଜଣକ ଗଙ୍ଗୁଆ କେନାଲରେ ବୁଡ଼ି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟ ପରେ ଅଗ୍ନିଶମ ବାହିନୀ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏନେଇ ମଞ୍ଚେଶ୍ୱର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ