Saturday, April 4, 2026
38.1 C
Odisha

    ଗଛତଳେ ପଖାଳ ଖାଇଲେ ପଣ୍ଡିଆନ

    ଆଗକୁ ପଢନ୍ତୁ

    ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ଣତା ମଧ୍ୟରେ ପଖାଳର ମଜ୍ଜା ନେଇଛନ୍ତି ୫ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ଭୋଧିତ କରିଥିଲେ। କଲାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ। ସାଥୀରେ ଥିଲେ ପ୍ରଚାର ଖବର କରିବାକୁ ଆସିଥିବା ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ। ଉଭୟ ରାସ୍ତା କଡ଼ ଜଙ୍ଗଲରେ ପାଖଳ ଖାଇବା ସହ ବେଶ କିଛି ସମୟ ନିର୍ବାଚନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ଏଥି ସହିତ ଦିନେ ଭୋକର ଭୂଗୋଳ ଭାବେ ଦେଶରେ ପରିଚୟ ପାଉଥିବା କଳାହାଣ୍ଡି କେମିତି ଆଜି ସାରା ଦେଶ ପାଇଁ ଭାତ ହାଣ୍ଡି ହୋଇପାରିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେମିତି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଛନ୍ତି ତାହା ରାହୁଲ କନୱାଲଙ୍କୁ କହିଥିଲେ କାର୍ତ୍ତିକ ପାଣ୍ଡିଆନ।

    ଏଥି ସହିତ କାର୍ତ୍ତିକ ପାଣ୍ଡିଆନ ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲଙ୍କୁ ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ବୁଝାଇବା ସହ ଓଡ଼ିଆଙ୍କ ର ଏହି ସାଧାରଣ ତଥା ହିତାକାରୀ ଖାଦ୍ୟ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ଅତିଥି ମାନଙ୍କୁ ପରଷିଥାନ୍ତି ସେ ବିଷୟରେ ମଧ୍ୟ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ