Saturday, March 21, 2026
32.6 C
Odisha

    ଗଞ୍ଜାମରେ ED ର ମେଗା ରେଡ୍, ୨.୬୩ କୋଟି ଟଙ୍କା ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗଞ୍ଜାମରେ ED ର ମେଗା ରେଡ୍ । ବେଆଇନ ଖଣି ମାଫିଆଙ୍କଠାରୁ ୨.୬୩ କୋଟି ଟଙ୍କା ଜବତ ହୋଇଛି । ବେଆଇନ ବାଲି ଓ ପଥର ଖଣି କାରବାର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୧୬ ତାରିଖରେ ହୋଇଥିବା ଏହି ଚଢ଼ାଉରେ ଅନେକ ଚଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

    ଏହି ଅପରେସନରେ ଓଡ଼ିଶା ସମେତ ପଡ଼ୋଶୀ ୬ଟି ରାଜ୍ୟର ପ୍ରାୟ ୧୭୫ରୁ ଅଧିକ ED ଅଧିକାରୀ ସାମିଲ ଥିଲେ । ଗଞ୍ଜାମ ଜିଲ୍ଲାର ୨୫ରୁ ଅଧିକ ସ୍ଥାନରେ ଏକ ସମୟରେ ରେଡ୍ କରାଯାଇଥିଲା । ବିଶେଷ କରି ଖଣି ମାଫିଆ, ଦଲାଲ ଏବଂ ସେମାନଙ୍କ ସହ ଜଡ଼ିତ ବ୍ୟବସାୟୀଙ୍କ ଘର ଓ ଅଫିସରେ ଖୋଳତାଡ଼ ହୋଇଥିଲା ।

    ଚଢ଼ାଉ ସମୟରେ ୨.୬୩ କୋଟି ନଗଦ ଟଙ୍କା ମିଳିଛି, ଯାହାର କୌଣସି ବୈଧ ହିସାବ ନଥିଲା । କଳା ଟଙ୍କାରେ କିଣାଯାଇଥିବା ଅନେକ ଦାମୀ ଗାଡ଼ି ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ର ମିଳିଛି । ଖଣି ଲିଜ୍ ସମ୍ପର୍କିତ ବେଆଇନ ଚୁକ୍ତିପତ୍ର ଏବଂ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି ।

    ତଦନ୍ତରୁ ମାଫିଆଙ୍କ କାରବାରର ବଡ଼ ଖୁଲ୍ଲାସା ହୋଇଛି। ମାଫିଆମାନେ ନକଲି ଟ୍ରାଞ୍ଜିଟ୍ ପରମିଟ୍ ତିଆରି କରି ଋଷିକୂଲ୍ୟା, ବାହୁଦା ଏବଂ ବଡ଼ ନଦୀ ପଠାରୁ ବେଆଇନ ଭାବେ ବାଲି ଓ ପଥର ଚୋରା ଚାଲାଣ କରୁଥିଲେ। ପ୍ରକୃତ ଲିଜ୍ ଧାରୀଙ୍କୁ ଧମକ ଦେଇ କିମ୍ବା ନିର୍ଦ୍ଦିଷ୍ଟ କମିଶନ ବଦଳରେ ସିଣ୍ଡିକେଟ୍ ସଦସ୍ୟମାନେ ଖଣିଗୁଡ଼ିକୁ ନିଜ ଦଖଲକୁ ନେଇଯାଉଥିଲେ।

    ଖଣିରୁ ମିଳୁଥିବା କଳା ଟଙ୍କାକୁ ସେମାନେ ନିଜର ଦେଶୀ ମଦ ଭାଟି ଏବଂ ଅନ୍ୟାନ୍ୟ ବ୍ୟବସାୟରେ ବିନିଯୋଗ କରି କଳା ଟଙ୍କାକୁ ଧଳା କରୁଥିଲେ । ନିକଟରେ ସିଏଜି ରିପୋର୍ଟରେ ଦର୍ଶାଯାଇଥିଲା ଯେ ଗଞ୍ଜାମର ନଦୀପଠାରେ ବ୍ୟାପକ ବେଆଇନ ଖଣି ଖନନ ଯୋଗୁଁ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି । ଏହାସହ ସିଣ୍ଡିକେଟ୍ ସହ ଜଡ଼ିତ ବ୍ୟକ୍ତିମାନଙ୍କ ନାମରେ ପୂର୍ବରୁ ହତ୍ୟା, ଅପହରଣ, ଦାଦାବଟି ଏବଂ ଜାଲିଆତି ଭଳି ଅନେକ ପୋଲିସ ମାମଲା ରହିଛି । ଏହାରି ଆଧାରରେ ଇଡି ରେଡ୍ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ