Sunday, June 7, 2026
28.6 C
Odisha

    ଗଞ୍ଜାମ ପୁଲିସର ଅପରେସନ୍: ବଡ଼ଧରଣର ଡକାୟତି ଉଦ୍ୟମ ଫେଲ୍‌

    ଆଗକୁ ପଢନ୍ତୁ

    ଛତ୍ରପୁର: ଗତ ୧୦ଦିନ ମଧ୍ୟରେ ଗଞ୍ଜାମ ପୁଲିସକୁ ଦୁଇଟି ବଡ଼ବଡ଼ ସଫଳତା ମିଳିଛି। ଗଞ୍ଜାମ ପୁଲିର ବିଭିନ୍ନ ଥାନା ଇଲାକାର ୩୮ ଦାଗି ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୨୫ଟି ବନ୍ଧୁକ ଓ ପ୍ରଚୁର ପରିମାଣର ଗୁଳି ଜବତ ହୋଇଛି। ଜିଲ୍ଲାରେ ଅପରାଧୀଙ୍କୁ ଦମନ ଓ ବନ୍ଧକ ମୁକ୍ତ ଉଦ୍ଦେଶ୍ୟରେ ଗଞ୍ଜାମ ଏସ୍‌.ପି. ଶୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଥିବା ସ୍ୱତନ୍ତ୍ର ପୁଲିସ ଟିମ୍ ପକ୍ଷରୁ ବିଭିନ୍ନ ଥାନା ଅଚଂଳରେ ଅପରେସନ୍ ଜୋରଦାର ରହିଛି।

    ସ୍ୱତନ୍ତ୍ର ପୁଲିସ ଟିମ୍‌ର ଅପରେସନ୍ ଅଭିଯାନରେ ଗତ ୪ ତାରିାଖରେ ପ୍ରଥମେ ବିଭିନ୍ନ ଥାନା ଅଂଚଳରୁ ୧୮ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୧୭ଟି ବନ୍ଧୁକ ଏବଂ ୬୬ଟି ଗୁଳି ଜବତ କରାଯାଇଥିଲା। ଆଜି ପୁଣି ପୂର୍ବଭଳି ବିଭିନ୍ନ ଥାନା ଅଂଚଳରୁ ୨୦ ଜଣ ଦାଗି ଅପରାଧୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୮ଟି ବନ୍ଧୁକ ଓ ୩୧ଟି ଗୁଳି ଏବଂ ୧୨ଟି ମାଗାଜିନ୍ ଜବତ କରି ଏହି ସ୍ୱତନ୍ତ୍ର ପୁଲିସ ଟିମ୍ ଆଉ ଏକ ବଡ ସଫଳତା ହାସଲ କରିଥିବା ଦକ୍ଷିଣାଂଚଳ ଆଇଜି ନୀତିଶେଖର ସୂଚନା ଦେଇଛନ୍ତି।

    ଆଜି ଗଞ୍ଜାମ ପୁଲିସ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଂଚଳ ଆଇଜି ଶ୍ରୀ ଶେଖର ଅଧ୍ୟକ୍ଷତା କରି କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଗିରଫ ହୋଇଥିବା ଅପରାଧୀମାନେ ବିଭିନ୍ନ ଥାନା ଗୁଡିକରେ ଏକାଧିକ ଅପରାଧ ମାମଲାରେ ଜଡିତ ରହିଛନ୍ତି। ସେମାନଙ୍କ ଠାରୁ ଜବତ ହୋଇଥିବା ବନ୍ଧୁକ ଗୁଳି ଗୁଡ଼ିକର ଡିଜାଇନ୍ ବିହାର ମୁଙ୍ଗେରରୁ ପ୍ରସ୍ତୁତ ହେଉଥିବା ବନ୍ଧୁକ ଡିଜାଇନ୍ ଭଳି ରହିଛି। କୋଟିନଡା ଥାନା ଅଂଚଳରେ ଗିରଫ ହୋଇଥିବା ୮ ଜଣ ଅପରାଧୀମାନେ ଏକ ବଡଧରଣ କ୍ରାଇମ୍ କରିବା ପାଇଁ ଯୋଜନା କରୁଥିଲେ। ଆସିକା ଥାନା ଅଂଚଳରେ ଗିରଫ ହୋଇଥିବା ୫ ଜଣ ଅପରାଧୀମାନେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ହିଞ୍ଜିଳି ଥାନା ଅଂଚଳରେ ଗରିଫ ହୋଇଥିବା ୫ ଜଣ ଅପରାଧୀ ମଧ୍ୟ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ଏବଂ ପୋଲସରା ଥାନା ଅଚଂଳରୁ ଗିରଫ ହୋଇଥିବା ୨ ଜଣ ଅପରାଧୀ ଜଣେ ମୋଷ୍ଟ ୱାଂଟେଡ୍ ଥିବା ବେଳେ ଅନ୍ୟଜଣଙ୍କ ଠାରୁ ବନ୍ଧୁକ ରଖିଥିବା ସୂଚନା ପାଇ ସ୍ୱତନ୍ତ୍ର ପୁଲିସ ଟିମ୍ ସେମାନଙ୍କୁ ଗିରଫ କରିଥିଲା।

    ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌.ପି. ରଞ୍ଜିତ୍ କୁମାର ପୃଷ୍ଟି, ଆସିକା ଏସ୍‌ଡିପିଓ ସନ୍ତୋଷ କୁମାର ଜେନା, ଆସିକା ଥାନା ଅଧିକାରୀ କୁଳମଣୀ ସେଠୀ, ପୋଲସରା ଥାନା ଅଧିକାରୀ କୌଶିକ ମାଝୀ, କୋଟିନଡ଼ା ଥାନା ଅଧିକାରୀ ଦାମଦୋର ବିହାରି ଓ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

     

    ସୂଚନାନୁସାରେ, ଆଜି ଗଞ୍ଜାମ ପୁଲିସର ପୋଲସରା, ଆସିକା, କୋଟିନଡା ଓ ହିଞ୍ଜିଳି ଥାନା ଅଂଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮ ବନ୍ଧୁକ ଓ ୩୧ଟି ଗୁଳି ଜବତ ହୋଇଛି। କୋଟିନଡ଼ା ଥାନା ପକ୍ଷରୁ ଗିରଫ ହୋଇଥିବା ଅପରାଧୀମାନେ ଭେଟନଇ ଗ୍ରାମର ପିଂଟୁ ବେହେରା, ଗୋଳନ୍ଥରା ଥାନା ଜୁଗୁଡି ଗ୍ରାମର ରାମଚନ୍ଦ୍ର ଗୌଡ, ବ୍ରହ୍ମପୁର ସଦର ପୁଲିସ ଥାନା ଲାଠି ଗ୍ରାମର ପିଂଟୁ ଓରଫ୍ ପଣ୍ଡା ଗୌଡ, କୋଦଳା ଥାନା ଛଚିନା ଗ୍ରାମର ତଥା ସୁରତ୍ ଥାନା ଅଂଚଳରେ ମୋଷ୍ଟ ୱାଂଟେଡ୍ ଥିବା ରାଜୁ ଜେନା, ରମ୍ଭା ଥାନା ଖଣ୍ଡଦେଉଳି ଗ୍ରାମର ସନ୍ତୋଷ କୁମାର ବେହେରା, ପୋଲସରା ଥାନା ସୋଡକ ଗ୍ରାମର ଗଣେଶ ନାହାକ, ଛତ୍ରପୁର ଥାନା ଅପରବସଷ୍ଟାଣ୍ଡର ରାଜେଶ ମହାରଣା ଓ ପଟ୍ଟନାୟକ କଲୋନିର ପପୁ ଓରଫ୍ ପ୍ରତାପ କୁମାର ଜେନା ମୋଟ ୮ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୪ଟି ବନ୍ଧୁକ ୮ଟି ମାଗାଜିନ୍ ଜବତ ହୋଇଛି।

    ସେହିପରି ଆସିକା ଥାନା ପକ୍ଷରୁ ପୁରୁଷୋତମପୁର ଥାନା ପୁରୁଣା ଜଗନ୍ନାଥମନ୍ଦିର ସାହିର କାଳିଆ ଓରଫ୍ ଘନଶ୍ୟାମ ବେହେରା, କୋଦଳା ଥାନା କୋଦଳାର ଦୀପକ ପୃଷ୍ଟି, କବିସୂର୍ଯ୍ୟନଗର ଥାନା ଆଠଗଡପାଟଣା ଗ୍ରାମର ଅଜିତ୍ ପଲେଇ ମୋଟ ୩ ଜଣକୁ ଗିରଫ କରାଯାଇଥିବା ବେଳେ ଗୋଟିଏ ବନ୍ଧୁକ ୨ଟି ମାଗାଜିନ୍ ଜବତ ହୋଇଛି। ହିଞ୍ଜିଳି ଥାନା ପକ୍ଷରୁ କେନାଲ ସାହିର ଚିଂଟୁ ଦାସ, ସିକିରି ଗ୍ରାମ ନୂଆସାହିର ହୀନ ସାମଲ, ବେଲଗାଁ ଥାନା ପଳାସି ସାହିର ରାଜା ଗୌଡ, ଗାଙ୍ଗପୁର ଥାନା ନିମିନା ଗ୍ରାମର ରାକେଶ ମହାପାତ୍ର ଓ ଧରାକୋଟ ଥାନା ଢଉଗାଁର ଗୋବିନ୍ଦ ବେହେରା ମୋଟ ୫ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨ଟି ବନ୍ଧୁକ ଓ ୨ଟି ମାଗାଜିନ୍ ଜବତ ହୋଇଛି। ସେହିପରି ପୋଲସରା ଥାନା ପକ୍ଷରୁ ନିଗମନଗର ସାହିର ମାଲିଙ୍ଗା ଓରଫ୍ କୃଷ୍ଣଚନ୍ଦ୍ର ବେହେରା, ଧୋବା ସାହିର ରାଜା ସେଠୀ ୨ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    64 %
    4.1kmh
    100 %
    Sun
    28 °
    Mon
    41 °
    Tue
    42 °
    Wed
    44 °
    Thu
    42 °

    ସମ୍ବନ୍ଧିତ