Monday, February 24, 2025
20.5 C
Odisha

    ଗଣେଶ ପୂଜାରେ ବଡ ଅଘଟଣ, ବିଲ୍ଡିଂ ଭୁଶୁଡି ଚାଲିଗଲା ୪ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗଣେଶ ପୂଜାରେ ଅଘଟଣ । ହସ ଖୁସିର ମାହୋଲ ଭିତରେ ମାଡି ଆସିଲା ଦୁଃଖ । ହଠାତ୍ ବିଲ୍ଡିଂ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ । ତେବେ ଆହୁରି ମଧ୍ୟ ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ରହିଛି । ତେବେ ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଉଦ୍ଧାର ପ୍ରକ୍ରିୟା ଜୋରସୋରରେ ଜାରି ରହିଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଏନେଇ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଜିଲ୍ଲା ଅଧିକାରୀ ସୂର୍ଯ୍ୟପାଲ ଗଙ୍ଗବାର କହିଛନ୍ତି, ଘଟଣାସ୍ଥଳରେ ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୧୩ ଲୋକଙ୍କୁ ଉଦ୍ଧାର କରାଯାଇଛି । କିନ୍ତୁ ଆମେ ଆଶା କରୁଛୁ ମାଟି ତଳେ ଏବେ ମଧ୍ୟ ଅନେକ ଚାପି ହୋଇ ରହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଘଟଣାକୁ ଗମ୍ଭୀର ସହକାରେ ନେଇଛନ୍ତି । ଶୀଘ୍ର ଉଦ୍ଧାର କାର୍ଯ୍ୟ କରିବା ସହିତ ଆହତମାନଙ୍କର ଉତ୍ତମ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    29 %
    2.2kmh
    0 %
    Mon
    21 °
    Tue
    34 °
    Wed
    35 °
    Thu
    35 °
    Fri
    38 °

    ସମ୍ବନ୍ଧିତ