Wednesday, April 1, 2026
35.5 C
Odisha

    ଗଣେଶ ଭସାଣି ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ବାଲେଶ୍ଵର  : ଗଣେଶ ବିସର୍ଜନ ପରେ ଘଟିଗଲା ଏତେ ବଡ଼ ଅଘଟଣ । କେଡ଼େ ଖୁସିରେ ଗଣେଣ ଭସାଣି ପାଇଁ ଯାଇଥିଲେ । ଡିଜେର ତାଳେ ତାଳେ ନାଚି ନାଚି ଗଣେଶଙ୍କ ବିସର୍ଜନ କରି ଫେରିଥିଲେ । ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଏମିତି କିଛି । ଘରୁ ହସ ଖୁସିରେ ନାଚିକୁଦି ବାହାରିକି ଯାଇଥିବା ମଣିଷଟି ପରିବାର ପାଖକୁ ଶବ ହୋଇ ଫେରିଲେ । ଗଣେଶ ଠାକୁର ଭସାଣିରୁ ଫେରିବା ସମୟରେ ଜେନେରେଟରରୁ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଆଉ ସେଇଠି ହିଁ ଟଳିପଡ଼ିଥିଲେ ଯୁବକ ଜଣକ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ତେବେ ମୃତ ଯୁବକ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ସୋର ଥାନା ବାହାନଗା ବ୍ଲକ ଗଣ୍ଡସ୍ତପୁର ଗାଁର ଅକ୍ଷୟ ନାୟକ । ତାଙ୍କ ବୟସ ମାତ୍ର ୩୦ବର୍ଷ ହୋଇଥିବା ବେଳେ ଆରପାରିକୁ ଚାଲିଯାଇଛନ୍ତି । ଗଣେଶ ପୂଜା ଭସାଣି ଉଜାଡ଼ି ଦେଇଛି ତାଙ୍କ ସୁନା ସଂସାର । ବାପ ଛେଉଣ୍ଡ ହୋଇଗଲା ୫ ବର୍ଷର ପୁଅ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ