Wednesday, October 7, 2026
31.4 C
Odisha

    ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ଚାଲିଗଲା ଦୁଇ ନାବାଳକ ମୃତ

    ଆଗକୁ ପଢନ୍ତୁ

    ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକ ମୃତ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପଂଚମା ଗାଁରେ ଖେଳି ଯାଇଛି ଶୋକର ଛାୟା। ଆଜି ଗଣେଶଙ୍କ ବିଗ୍ରହ ବିସର୍ଜନ କରିଲା ବେଳେ ଘଟିଛି ଏପରି ଏକ ଅଘଟଣ। ମୂର୍ତ୍ତି ବିସର୍ଜନର କିଛି ସମୟ ପୂର୍ବରୁ ଯିଏ ଡିଜେର ତାଳେ ତାଳେ ନାଚୁଥିଲା ଏବେ ସେ ଶଲିଳ ସମାଧୀ ପାଲଟି ଯାଇଛନ୍ତି। ପୋଖରୀରେ ବୁଡି ଚାଲିଯାଇଛି ଦୁଇ ନାବାଳକଙ୍କ ଜୀବନ। ମୃତକ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ସୌମ୍ୟ ପ୍ରଧାନ ଓ ବିନୋଦ ସେଠୀଙ୍କ ପୁଅ ଆଦିତ୍ୟ ସେଠୀ । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି । ଗ୍ରାମର ପାତାଳେଶ୍ୱର ମନ୍ଦିରନିକଟରେ ଥିବା ପୋଖରୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଥିଲା ଏହି ଅଘଟଣ। ଗ୍ରାମର କିଛି ପିଲା ମୂର୍ତ୍ତି ବିସର୍ଜନ କରି ଆସିବା ପରେ ପୁଣି ଥରେ ପୋଖରୀକୁ ଯାଇଥିଲେ ଗାଧେଇବା ପାଇଁ, ଯାହା ଫଳରେ ଘଟିଲା ଏହିପରି ଅଘଟଣ। ଅସାବଧାନତା କାରଣରୁ ଦୁଇ ଜଣ ନାବାଳକ ପାଣିରେ ଭାସିଯାଇଥିଲେ । ଆଉ ଶେଷରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦୁଇ ଜଣ ପଂଚମା ଗ୍ରାମର ଏବଂ ଉଭୟଙ୍କ ବୟସ ମାତ୍ର ୧୨ ବର୍ଷ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ