Tuesday, May 13, 2025
28.3 C
Odisha

ଗଣ ଦୁଷ୍କର୍ମ ମାମଲା: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌, ୨୦ ହଜାର ଟଙ୍କା ଜରିମାନା

ଆଗକୁ ପଢନ୍ତୁ

ସୁନ୍ଦରଗଡ଼: ଚାରି ବର୍ଷ ତଳେ ସୁନ୍ଦରଗଡ ସଦର ଥାନା ଅଂଚଳରେ ଘଟି ଯାଇଥିବା ଗଣ ଦୁଷ୍କର୍ମ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ସୁନ୍ଦରଗଡ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟ୍ଟନାୟକ ମାମଲାର ବିଚାର କରି ସଂପୃକ୍ତ ୨ ଅଭିଯୁକ୍ତ ରାଜେନ କୁଜୁର (୨୦) ଏବଂ ରବି ଓରାମ (୨୪)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦଣ୍ଡସ୍ୱରୂପ ତାଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସେହିପରି ବିଚାରପତି ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ବିଗତ ୨୦୧୯ ମସିହା ଜୁନ ୧୮ ତାରିଖରେ ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସୁନାଜୋର ବୁଢ଼ାଝରଣ ଗ୍ରାମର ଜଣେ ଯୁବତୀ କୌଣସି କାମରେ ସୁନ୍ଦରଗଡ଼ ଆସିଥିଲେ । କାମ ସାରି ଘରକୁ ଫେରିବା ସମୟରେ ଡେରି ହୋଇଯିବାରୁ ଅଲେଇକେରାର ସୁବାସିନୀ ନାମକ ଜଣେ ସାଙ୍ଗକୁ ଫୋନ କରି ତାଙ୍କ ଘରକୁ ଯାଇଥିଲେ । ରାତି ହୋଇ ଯିବାରୁ ସୁବାସିନୀ ତାଙ୍କୁ ତାଙ୍କ ଘରେ ରହିବାକୁ ଅନୁରୋଧ କରିଥିଲେ । ସେହିଦିନ ସୁବାସିନୀଙ୍କ ଘରେ ସଂପୃକ୍ତ ୨ ଅଭିଯୁକ୍ତ ମଧ୍ୟ ଥିଲେ । ରାତିରେ ସୁବାସିନୀ ପଡୋଶୀ ଠେଲକୋବୁଡ଼ ଗ୍ରାମରେ ତାଙ୍କ ସାଙ୍ଗଙ୍କ ବାହା ଘର ଥିବାରୁ ସାଙ୍ଗ ହୋଇ ଯିବାକୁ ଏହି ଯୁବତୀଙ୍କୁ କହିଥିଲେ । ଯୁବତୀ ଜଣକ ମନା କଲେ ମଧ୍ୟ ସେ ତାଙ୍କୁ ବାହା ଘର ଯିବାକୁ ବାଧ୍ୟ କରିଥିଲେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
28.3 ° C
28.3 °
28.3 °
48 %
1.5kmh
87 %
Tue
41 °
Wed
40 °
Thu
42 °
Fri
42 °
Sat
43 °

ସମ୍ବନ୍ଧିତ