Monday, September 28, 2026
23.6 C
Odisha

    ଗାଁ ଦାଣ୍ଡ ଧୂଳି ଖାଉଛନ୍ତି ବିରୋଧୀ ଦଳ ନେତା: ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାମ ନ ନେଇ ତାଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର କିଛି ଲୋକଙ୍କୁ ବାଧ୍ୟ କରିଦେଲା ଯେ, ସେମାନେ ନିଜ ବିଳାସପୂର୍ଣ୍ଣ ଟାୱାରରୁ ବାହାରି ବିଲ ମୁଣ୍ଡକୁ ଯାଇଛନ୍ତି। ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି। ଯେଉଁମାନେ ପୂର୍ବରୁ ଦାୟିତ୍ଵ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁ ନ ଥିଲେ ।

    ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି । କିନ୍ତୁ ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନଙ୍କ ମନରେ ଭୟ ଜାଗିଛି। ସେମାନେ ବ୍ୟତିବ୍ୟସ୍ତ ହୋଇ ଆଜି ଆଇଭୋରି ଟାୱାରରୁ ବାହାରି ଗାଁ ଦାଣ୍ଡ ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ସ୍ୱାଧୀନତା ସଂଗ୍ରାମୀ ମଞ୍ଚରୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି। ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ, ୬ ମାସରେ ତାହା ପୂରଣ କରିଛୁ. ଆଜି ମନ୍ତ୍ରୀମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି. ଦାନା ବାତ୍ୟା ବେଳେ ମନ୍ତ୍ରୀମାନେ ଲୋକମାନଙ୍କ ସହ ଥିଲେ ମନ୍ତ୍ରୀ । ଲୋକଙ୍କ ଦୁଃଖ ସୁଖ ବୁଝିଥିଲେ। ଆଉ ସମସ୍ୟାର ସମାଧାନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ