Friday, September 18, 2026
26.3 C
Odisha

    ଗାନ୍ଧୀନଗର ଅଦାଲଜ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ରଥ ଆନନ୍ଦରେ ଟାଣିଲେ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରର ଅଦାଲଜର ଶନି ମନ୍ଦିର ନିକଟରେ ଥିବା ଜେସିଏଆରସି(ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର) ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଆଜି ଏଠାରେ ହର୍ଷୋଲ୍ଲାସର ସହିତ ରଥଯାତ୍ରାର ଆୟୋଜନ କରାଯାଇଛି। ମହାପ୍ରଭୁଙ୍କ ରଥକୁ ଭକ୍ତମାନେ ଆନନ୍ଦର ସହିତ ଟାଣିଛନ୍ତି।
    ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି ଏଠାରେ ପାଳିତ କରାଯାଇ ବିଶ୍ୱ ଭ୍ରାତୃତ୍ୱର ସଂସ୍କୃତିକୁ ପ୍ରତିପାଦିତ କରୁଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଉଛି। ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତୀକ୍ଷିତ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ “ଜଗନ୍ନାଥ ରଥଯାତ୍ରା” ପାଳିତ ହୋଇଛି। ରଥଯାତ୍ରା କାର୍ଯ୍ୟକ୍ରମ ୧୧ ଜୁନ୍‌ ସ୍ନାନ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇଥିବା‌ବେଳେ ଏହା ନୀଳାଦ୍ରି ବିଜେ ୮ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ମନ୍ଦିରଟି ବର୍ଷସାରା ଆକର୍ଷଣର କେନ୍ଦ୍ର ହୋଇ ରହିଛି। ଅଦାଲଜ, କାଡି, କାଲୋଲ, ଗାନ୍ଧୀନଗର, ଅହମଦାବାଦଠାରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ମନ୍ଦିରରେ ହୋଇଥାଏ। ରଥଯାତ୍ରା ଦିନ ପ୍ରାୟ ୧୦,୦୦୦ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥାନ୍ତି।
    ରାଜ୍ୟସଭା ସଂସଦ ପୂର୍ବତନ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନରହରି ଅମିନ ସମାରୋହରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନର ମେୟର ମୀରାବେନ ପଟେଲ ଯୋଗଦେଇଥିଲେ। ସେମାନଙ୍କ ଆଗମନ ପରେ, ମନ୍ଦିର ପରିଚାଳନାର ଅଧ୍ୟକ୍ଷ ମହେଶ୍ୱର ସାହୁ ଏବଂ ଓଏସସିଏର ସଭାପତି ଏଚ୍. କେ. ଦାଶ ଏବଂ ଅନ୍ୟାନ୍ୟ ସଦସ୍ୟ ସେମାନଙ୍କୁ ସ୍ୱାଗତ କରିଥିଲେ। ଏହା ପରେ, ମୁଖ୍ୟ ପୁରୋହିତ ପ୍ରଭୁଙ୍କ ଆଜ୍ଞାମାଳ ସହିତ ପାରମ୍ପରିକ ‘ଛେରାପହରା’ କରିଥିଲେ।

    ରଥଯାତ୍ରା ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ଶନି ମନ୍ଦିର ଦେଇ ଆଗକୁ ବଢ଼ି ଉଭର୍ଷଦ ସେତୁ ଏବଂ ଅଦାଲଜ ସର୍କଲ ଦେଇ ଅନ୍ନପୂର୍ଣ୍ଣା ମନ୍ଦିରରେ ପହଞ୍ଚିବ। ରଥଟି ସେହି ରାସ୍ତା ଦେଇ ଜଗନ୍ନାଥ ମନ୍ଦିରକୁ ଫେରିବ। ରଥ ପହଞ୍ଚିବା ପରେ, ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଅଧ୍ୟକ୍ଷ ନରହରି ଅମିନ, ଅନ୍ୟ ଟ୍ରଷ୍ଟିଙ୍କ ସହିତ, ମା’ ଅନ୍ନପୂର୍ଣ୍ଣାଙ୍କ ପାଇଁ ଭେଟ ଗ୍ରହଣ କରିବେ ଏବଂ ଆଳତି କରାଯିବ। ଆଳତି ପରେ, ଅନ୍ନପୂର୍ଣ୍ଣା ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

    ମାଉସୀମା ମନ୍ଦିର (ଅନ୍ନପୂର୍ଣ୍ଣା ମନ୍ଦିର)ରେ ପ୍ରାୟ ଦୁଇ ଘଣ୍ଟା ବିଶ୍ରାମ ନେବା ପରେ, ଦେବତାମାନେ ଜଗନ୍ନାଥ ମନ୍ଦିରକୁ ଫେରିଆସିବେ। ରଥଯାତ୍ରା ଦିନ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ବୋଲି ମନ୍ଦିର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ