Wednesday, September 30, 2026
29.4 C
Odisha

    ଗିରଫ ହେଲେ ବୀରେନ୍ଦ୍ର ସେହୱାଗଙ୍କ ଭାଇ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚଣ୍ଡିଗଡ଼ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ପୁଲିସ ଗିରଫ କରିଛି। ବିନୋଦ ସେହୱାଗଙ୍କ ବିରୋଧରେ ୭ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲା ବିଚାରାଧୀନ ଅଛି। କୋର୍ଟ ବିନୋଦ ସେହୱାଗଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ବିନୋଦ ଜାଲ୍ଟା ଫୁଡ୍ ଆଣ୍ଡ୍ ବେଭେରେଜେସ୍ କମ୍ପାନିର ନିର୍ଦ୍ଦେଶକ ଥିଲେ। ଏହି ମାମଲା ଜାଲ୍ଟା ଫୁଡ୍ ଆଣ୍ଡ୍ ବେଭେରେଜେସ୍ କମ୍ପାନି ସହିତ ଜଡ଼ିତ ଅଛି। ଏହି ମାମଲାରେ ବିନୋଦଙ୍କ ସହିତ ବିଷ୍ଣୁ ମିତ୍ତଲ ଏବଂ ସୁଧୀର ମାଲହୋତ୍ରା ମଧ୍ୟ ସାମିଲ ଅଛନ୍ତି। ଏମାନେ ବି କମ୍ପାନିର ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ତିନି ଜଣଙ୍କ ବିରୋଧରେ ୧୩୮ଏନଆଇ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା।ପ୍ରାପ୍ତ ସୂଚନା ଅନୁଯାୟୀ, ବିନୋଦ ସେହୱାଗ, ବିଷ୍ଣୁ ମିତ୍ତଲ ଏବଂ ସୁଧୀର ମାଲହୋତ୍ରା ତିନି ଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ନଥିଲେ। ତେଣୁ କୋର୍ଟ ତାଙ୍କୁ ୨୦୨୨ ମସିହାରେ ପଳାତକ ଘୋଷଣା କରିଥିଲେ। କୋର୍ଟ ପୁଲିସକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୫ ସେପ୍ଟେମ୍ବର ୨୦୨୩ରେ, ମଣିମାଜରା ପୁଲିସ ଷ୍ଟେସନ ତିନିଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଧାରା ୧୭୪ (କୋର୍ଟ ଆଦେଶ ଅବମାନନା) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।ଗିରଫ ପରେ ବିନୋଦ ସେହୱାଗ ଜାମିନ ପାଇଁ ଆବେଦନ କରିଛନ୍ତି। କୋର୍ଟ ପୁଲିସକୁ ୧୦ ମାର୍ଚ୍ଚ ୨୦୨୫ ସୁଦ୍ଧା ଜବାବ ଦେବାକୁ କହିଛନ୍ତି।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ