Monday, September 28, 2026
23.6 C
Odisha

    ଗୃହରକ୍ଷୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ବଢ଼ାଇଲେ ଭତ୍ତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ଗୃହରକ୍ଷୀମାନଙ୍କୁ ରଜ ଭେଟି ଦେଇଛନ୍ତି। ଗୃହରକ୍ଷୀମାନଙ୍କ ପାଇଁ ଭତ୍ତା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଅନୁସାରେ ଦୈନିକ ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ବୃଦ୍ଧି ହୋଇଛି। ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୬୧୨ରୁ ୬୨୩ ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଡ୍ୟୁଟି କଲ୍‌-ଅପ୍‌ ଭତ୍ତା ୧୧ ଟଙ୍କା ବଢ଼ାଇଛନ୍ତି। ୨୦୨୫ ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ ହେବ। ସେହିପରି ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କର ଦୈନିକ ଡ୍ୟୁଟି ଭତ୍ତା ବୃଦ୍ଧି କରାଯାଇଛି। ଏହା ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଟ୍ରେନିଂ ଭତ୍ତା ୨୮ରୁ ୧୪୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ମେ’ ପହିଲା ଠାରୁ ପିଛିଲା ଭାବେ ଲାଗୁ ହେବ। ସ୍ବେଚ୍ଛାସେବୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ନେଇ ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ଦୀର୍ଘଦିନ ହେବ ଦାବି ରଖାଯାଇଥିବା ବେଳେ ବର୍ତ୍ତମାନ ମୋହନ ସରକାର ତାଙ୍କ କଥା ରଖିଛନ୍ତି।

    ଅନ୍ୟପଟ‌େ ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଏବଂ ଗଞ୍ଜାମରେ ୨୪୦ ଗୃହରକ୍ଷୀ ପଦବି ପାଇଁ ୧୧,୫୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି। ଏଥିରେ ସ୍ନାତକ, ସ୍ନାତକୋତ୍ତର, ଇଂଜନିୟର ଏବଂ ଏମ୍‌ବିଏ ଡିଗ୍ରିଧାରୀ ଅଛନ୍ତି। ପୁଲିସ ଅଧିକାରୀଙ୍କ ଅନୁସାରେ ଗୃହରକ୍ଷୀ ପଦବି ପାଇଁ ସର୍ବନିମ୍ନ ଯୋଗ୍ୟତା ପଞ୍ଚମ ଶ୍ରେଣୀ ଥିବାବେଳେ ଏଥି ପାଇଁ ଅନେକ ଉଚ୍ଚ ଡିଗ୍ରିଧାରୀ  ଆବେଦନ କରିଛନ୍ତି, ଯାହା ବେକାରୀ ସମସ୍ୟାର ସ୍ପଷ୍ଟ ଉଦାହରଣ ବୋଲି କୁହାଯାଇଥପାରିବ।

    ଗଞ୍ଜାମରେ ୧୩୫ ଗୃହରକ୍ଷୀ ପଦବି ପାଇଁ ପ୍ରାୟ ୭,୫୦୦ ପ୍ରାର୍ଥୀ ଆବେଦନ କରିଛନ୍ତି। ବ୍ରହ୍ମପୁରରେ ୧୦୫ ପଦବି ପାଇଁ ପ୍ରାୟ ୪,୧୫୪ ପ୍ରାର୍ଥୀ ଆବେଦନ କରିଛନ୍ତି। ରାଉରକେଲାରେ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିଙ୍କ ସମେତ ୯,୦୦୦ରୁ ଅଧିକ ଆଶାୟୀ ମାତ୍ର ୧୦୭ ଗୃହରକ୍ଷୀ ପଦବି ପାଇଁ ଆବେଦନ କରିଥିଲେ। ଯାହାର ସମାଧାନ ହେବା ନିହାତି ଆବଶ୍ୟକ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ