Saturday, October 3, 2026
29.5 C
Odisha

    ଗେଷ୍ଟ ହାଉସରୁ ଜଣେ ଶିଳ୍ପପତିଙ୍କ ଗଳିତ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ। ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ଜଣାପଡିଛି। ଘର ଫୁଲବାଣୀ ସଦର ଥାନା ଲେଙ୍ଗର ସାହି ଅଞ୍ଚଳରେ। ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ବର ଆସିଥିବା ବେଳେ ତାଙ୍କର ଗଳିତ ମୃତଦେହ ଉଦ୍ଧାର ଉଦ୍ଧାର କରାଯାଇଛି।

    ଗତକାଲି ଅପରାହ୍ନରେ ମୈତ୍ରୀ ବିହାର ଥାନା ଗଜପତି ନଗରରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ଏହି ଶିଳ୍ପପତି ଜଣକ ସବୁ ମାସ ପରି ଭୁବନେଶ୍ୱର ଆସିଥିଲେ ଏକ କର୍ପୋରେଟ ମିଟିଂ ପାଇଁ । ମଙ୍ଗଳବାର ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହୁଥିଲେ। ଗତକାଲି ତାଙ୍କ ମୃତଦେହ ମିଳିଥିବା ନେଇ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ କେମିତି ଶିଳ୍ପପତିଙ୍କ ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ