Friday, October 2, 2026
22.2 C
Odisha

    ଗୋଟିଏ ରାତି ପାଇଁ କାହିଁକି ଏବଂ କାହାକୁ ବିବାହ କରନ୍ତି କିନ୍ନର?

    ଆଗକୁ ପଢନ୍ତୁ

    କିନ୍ନରମାନେ ନା ପୁରୁଷ ନା ମହିଳା। ତେଣୁ ସେମାନେ ସାରା ଜୀବନ ରୁହନ୍ତି ଅବିବାହିତ। କିନ୍ତୁ ଆପଣ ଏହା ଜାଣି ଚକିତ ହେବେ ଯେ କିନ୍ନରମାନେ ମଧ୍ୟ ବିବାହ କରିଥାଆନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ବିବାହ କେବଳ ଗୋଟିଏ ରାତି ପାଇଁ ହୁଏ ଏବଂ ତାହା ତାଙ୍କ ଭଗବାନଙ୍କ ସହିତ। କିନ୍ନରଙ୍କ ଭଗବାନ କୌଣସି ସାମାନ୍ୟ ବ୍ୟକ୍ତି ନୁହଁନ୍ତି। ସେ ହେଉଛନ୍ତି ଅର୍ଜୁନ ଏବଂ ନାଗ କନ୍ୟା ଉଲୁପିଙ୍କ ସନ୍ତାନ ‘ଇରାବନ’, ଯିଏ ଅରାବନ ନାଁରେ ମଧ୍ୟ ପୂଜା ପାଇଥାଆନ୍ତି। ତେବେ ଇରାବନ କିନ୍ନରଙ୍କ ଭଗବାନ କେମିତି ହେଲେ ଏବଂ ତାଙ୍କୁ କାହିଁକି ଗୋଟିଏ ରାତି ପାଇଁ ବିବାହ କରାଯାଇଥାଏ, ତାହା ପଛରେ ରହିଛି ଏକ ଅଜବ କାହାଣୀ, ଯାହାକି ମହାଭାରତ ଯୁଦ୍ଧ ସହ ସମ୍ବନ୍ଧିତ ରହିଛି।  ଯଦି ଆପଣ କିନ୍ନରଙ୍କ ବିବାହ ଉତ୍ସବ ଦେଖିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ଯିବାକୁ ହେବ ତାମିଲନାଡ଼ୁର କୁବଗାମ। ଏଠାରେ ପ୍ରତ୍ୟେକ ବର୍ଷ ତାମିଲ ନବବର୍ଷର ପ୍ରଥମ ପୂର୍ଣ୍ଣିମାରୁ କିନ୍ନରଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥାଏ। ଏହା ୧୮ ଦିନ ଧରି ଚାଲେ। ୧୭ ଦିନରେ କିନ୍ନରଙ୍କ ବିବାହ ହୋଇଥାଏ। ଷୋହଳ ଶୃଙ୍ଗାରରେ ସଜେଇ ହୋଇଥିବା କିନ୍ନରଙ୍କୁ ପୁରୋହିତ ମଙ୍ଗଳସୂତ୍ର ପିନ୍ଧାନ୍ତି ଏବଂ ଏହାପରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥାଏ। ବିବାହର ପରଦିନ ଇରାବନ ଦେବତାଙ୍କ ମୂର୍ତ୍ତିକୁ ସହର ସାରା ବୁଲାଯାଇଥାଏ। ତା’ପରେ ତାହାକୁ ଭାଙ୍ଗି ଦିଆଯାଏ। ଏହାସହ କିନ୍ନର ନିଜ ଶୃଙ୍ଗାର ବାହାର କରି ଜଣେ ବିଧବାଙ୍କ ଭଳି ବିଳାପ କରିଥାଆନ୍ତି।

    କୁହାଯାଏ, ମହାଭାରତ ଯୁଦ୍ଧ ପୂର୍ବରୁ ପାଣ୍ଡବମାନେ ମା’ କାଳୀଙ୍କ ପୂଜା କରିଥିଲେ। ଏହି ପୂଜାରେ ଜଣେ ରାଜକୁମାରଙ୍କ ବଳିର ଆବଶ୍ୟକ ପଡ଼ିଥିଲା। ଯେତେବେଳେ କେହି ରାଜକୁମାର ଆଗକୁ ଆସି ନ ଥିଲେ, ସେତେବେଳେ ଇରାବନ କହିଥିଲେ, ସେ ବଳି ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ତାଙ୍କୁ ବିନା ବିବାହରେ ବଳି ଚଢ଼ାଯିବ ନାହିଁ ବୋଲି ଏକ ସର୍ତ୍ତ ରଖାଯାଇଥିଲା। ତେବେ କିଏ ସେ ରାଜକୁମାରୀ, ଯିଏ ଇରାବନଙ୍କୁ ବିବାହ କରିବେ ଏବଂ ପରଦିନ ବିଧବା ହୋଇଯିବେ, ସେ ନେଇ ପାଣ୍ଡବମାନେ ସମସ୍ୟାରେ ପଡ଼ିଥିଲେ। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ସମାଧାନର ବାଟ ବାହାର କରିଥିଲେ। ସେ ସ୍ୱୟଂ ମୋହିନୀ ରୂପ ଧାରଣ କରି ଆସିଥିଲେ ଏବଂ ଇରାବନଙ୍କୁ ବିବାହ କରିଥିଲେ। ପରଦିନ ସକାଳେ ଇରାବନଙ୍କୁ ବଳି ଚଢ଼ାଗଲା। ଆଉ ଶ୍ରୀକୃଷ୍ଣ ବିଧବା ହୋଇ ବିଳାପ କରିବାକୁ ଲାଗିଲେ। ଏହି ଘଟଣାକୁ ମନେ ପକାଇ କିନ୍ନରମାନେ ଇରାବନଙ୍କୁ ନିଜ ଭଗବାନ ବୋଲି ମାନନ୍ତି ଏବଂ ଗୋଟିଏ ରାତି ପାଇଁ ବିବାହ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ