Tuesday, September 1, 2026
23.7 C
Odisha

    ଗୋପାଳପୁରର ଠାରୁ ୮୫୦ କିଲୋମିଟର ଦୂରରେ ବାତ୍ୟା ମୋନ୍ଥା, ୨୮ ରାତି ମଧ୍ୟରେ ଲ୍ଯାଣ୍ଡଫଲ କରିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋନ୍ଥା ।  ଏବେ ଏହା ଗୋପାଳପୁରର ଠାରୁ ୮୫୦ କିଲୋମିଟର ଏବଂ କାକିନଡ଼ା ଠାରୁ ୬୮୦ କିଲୋମିଟର ଦୂରରେ ରହିଛି ।  ଘଣ୍ଟା ପ୍ରତି ୧୬ କିଲେମାଟର ବୋଗରେ ଆଗକୁ ବଢ଼ୁଛି। ଆସନ୍ତା ୧୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ଉତ୍ତରପୂର୍ବ ଦିଗ ଏବଂ ତା ପରେ ଉତ୍ତର-ଉତ୍ତରପଶମ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନ ବା ଭୀଷଣ ବାତ୍ୟାରେ ପରିଣତ ହେବ ।

    ୨୮ ତାରିଖ ସକାଳେ ସିଭିୟର ସାଇକ୍ଲୋନରେ ପରିଣତ ହେବ । ୨୮ ତାରିଖ ସଂଧ୍ଯାରୁ ରାତି ମଧ୍ୟରେ ଲ୍ଯାଣ୍ଡଫଲ କରିବ ମୋନ୍ଥା ।  ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗ ପଟ୍ଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ।  ସ୍ଥଳଭାଗ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ଶହେ କିମି ରହିବ । ଝଟକା ପବନର ବେଗ ୧୧୦ କିମି ପର୍ଯ୍ୟନ୍ତ ବଢିପାରେ। ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ଆମେରିକାର ଜଏଣ୍ଟ ଟାଇଫୁନ ୱାର୍ଣିଂ ସେଣ୍ଟର – JTWC ବାତ୍ୟା ମୋନ୍ଥାର ପାଥ୍ ଜାରି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    93 %
    2.6kmh
    100 %
    Tue
    26 °
    Wed
    29 °
    Thu
    29 °
    Fri
    30 °
    Sat
    30 °

    ସମ୍ବନ୍ଧିତ