ସମସ୍ତ ଲୋକେମାନେ ଚାହିଁଥାନ୍ତି ଯେ ସେ କିପରି ସୁସ୍ଥ ରହିବେ । ସୁସ୍ଥ ରହିବାକୁ ମଣିଷ ବହୁତ କିଛି କାର୍ଯ୍ୟ କରିଥାଏ । ଅସମ୍ଭବ ଜିନିଷକୁ ମଧ୍ୟ ସମ୍ଭବ କରାଇଥାଏ । ସ୍ୱାସ୍ଥ୍ୟ ଭଲ ରହିଲେ ସବୁ କାର୍ଯ୍ୟ ଠିକଠାକରେ ହୋଇଥାଏ ନଚେତ୍ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଆଜିକାଲି ସମୟରେ ଯେଉଁ ରୋଗ ହେଉଛି ତାହା ଦୂର ହେବା ଖୁବ୍ କଷ୍ଟକର ହୋଇପଡୁଛି ।
ଶରୀର ଅସୁସ୍ଥ ହେଲେ କୌଣସି କାମରେ ମନ ଲାଗି ନଥାଏ । ତେଣୁ ଅଧିକାଂଶ ଲୋକେ ଶରୀରକୁ ସୁସ୍ଥ ରଖିବା ପାଇଁ ମର୍ଣ୍ଣିଂ ୱାକ୍, ସାଇକେଲ ରେସ୍ ଏବଂ ଡାଏଟ କରିଥାନ୍ତି । ସୁସ୍ଥ ରହିବାକୁ ହେଲେ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଖାସ୍ କରି ଯଦି ଆମେ ଦିନ ଆରମ୍ଭରୁ ସ୍ବାସ୍ଥ୍ୟ ଉପଯୋଗୀ ଜିନିଷ ଖାଇବା ତେବେ ତାହା ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ସେଭଳି ଏକ ଜିନିଷ ସମ୍ପର୍କରେ କହିବୁ ଯାହା ଆପଣଙ୍କ କିଚେନରୁ ସହଜରେ ମିଳିବ । ଯାହା ଆପଣଙ୍କୁ ଅନେକ ଫାଇଦା ଦେବ । ତେବେ ଆସନ୍ତୁ ସେହି ଜିନିଷ ସମ୍ପର୍କରେ ଜାଣିବା ।
ଭାରତୀୟ ଖାଦ୍ୟରେ ଅନେକ ପ୍ରକାର ମସଲା ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଗୋଲମରିଚ ବହୁଳ ବ୍ୟବହୃତ ହୋଇଥାଏ । ଏହି ମସଲାକୁ ଆପଣ ସମସ୍ତ ପ୍ରକାର ରୋଷେଇରେ ବ୍ୟବହାର କରି ପାରିବେ । ଏହା କେବଳ ସ୍ବାଦକୁ ବଢାଇ ନଥାଏ ବରଂ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଗୋଲମରିଚ ଗରମ ହୋଇଥାଏ ସେଥିପାଇଁ ଶୀତଦିନେ ଆପଣମାନେ ଏହାକୁ ଆରାମରେ ବ୍ୟବହାର କରିପାରିବେ । ଗୋଲମରିଚରେ ଭିଟାମିନ ଏବଂ କ୍ୟାଲ୍ସିୟମ ରହିଛି । ଯାହା ବେଲି ଫ୍ୟାଟ୍ କମ କରିବାରେ ସହାୟକ କରିଥାଏ । ଯଦି ଓଜନ ହ୍ରାସ କରିବାର ଯାତ୍ରାକୁ ସହଜ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଡାଏଟ୍ ଲିଷ୍ଟରେ ଏହାକୁ ଆଡ୍ କରିପାରିବେ ।
ଏଥିରେ ଥିବା ଏହାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମ୍ଫ୍ଲେମାଟୋରୀ ଗୁଣ ମୁହଁରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିବା ସହ ତ୍ବଚାର ଉଜ୍ଜ୍ବଳତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ସମୟରେ ଗ୍ୟାସ ଏବଂ ଏସିଡିଟି ଖୁବ୍ ସାଧାରଣ କଥା ପାଲଟିଗଲାଣି । ଏହି ସବୁ ସମସ୍ୟା ପାଇଁ ଗୋଲମରିଚ ବେଷ୍ଟ ହୋଇଥାଏ । ଯାହା ଖାଦ୍ୟ ହଜମ କରିବାକୁ ସହଜ କରି ଦେଇଥାଏ ।
ଗୋଲମରିଚକୁ ମସ୍ତିଷ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଯାହା ମାନସିକ ସ୍ବାସ୍ଥ୍ୟକୁ ଉନ୍ନତ କରିଥାଏ । ଏଥିସହ ଗୋଲମରିଚ ଥଣ୍ଡା ଏବଂ କଫ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ଲିଭର ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏତିକି ନୁହେଁ ଏଥିରେ ଥିବା ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । ତେଣୁ ଆପଣମାନେ ସକାଳୁ ଗୋଲମରିଚ ଖାଇବାର ଅଭ୍ୟାସ କରନ୍ତୁ । ଯାହା ଚୁଟକିରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

