Monday, August 11, 2025
31.1 C
Odisha

    ଗ୍ଲୋଇଂ ତ୍ବଚା ଚାହୁଁଛନ୍ତି କି ଲଗାନ୍ତୁ ତୁଳସୀର ଏହି ଫେସପ୍ୟାକ୍

    ଆଗକୁ ପଢନ୍ତୁ

    ଆଜି କାଲିକା ଡେଟରେ ସମସ୍ତେ ସ୍କିନକୁ ନେଇ ଅନେକ କିଛି କରୁଛନ୍ତି । ବିଶେଷ କରି ଝିଅମାନେ ସୁନ୍ଦର ଦିଶିବାକୁ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । ହୁଏ ତ କିଛି କ୍ଷଣ ପାଇଁ ସୁନ୍ଦରତା ପ୍ରଦାନ କରିଥାଏ । କନ୍ତୁ ପରବର୍ତ୍ତୀ ସମୟରେ ସାଇଡ୍ ଇଫେକ୍ଟ ପକାଇଥାଏ । ଯାହା ବଡ଼ ଚିନ୍ତା ସୃଷ୍ଟି କରିଥାଏ । ଆମେ ଆପଣଙ୍କୁ ଏଭଳି ଜିନିଷ ସମ୍ପର୍କରେ ଜଣାଇବୁ ଯାହା ଆପଣଙ୍କ ତ୍ବଚାକୁ ଭଲ ରଖିବା ସହ ବିନା ମୂଲ୍ୟରେ ଭଲ ଫାଇଦା ଦେବ । ତେବେ ଆସନ୍ତୁ ସେହି ଜିନିଷ ସମ୍ପର୍କରେ ଜାଣିବା ।

    ହିନ୍ଦୁମାନଙ୍କ ପାଇଁ ତୁଳସୀ ଗଛ ସର୍ବଦା ଶ୍ରେଷ୍ଠ ହୋଇଥାଏ । ଯାହା ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାଠାରୁ ଦୂରରେ ରଖିଥାଏ । ଏତିକି ନୁହେଁ ବରଂ ତ୍ବଚା ପାଇଁ ବରଦାନ ସଦୃଶ ହୋଇଥାଏ । ଅଗଣାରେ ପୂଜା ପାଉଥିବା ତୁଳସୀ ପତ୍ର ଫେସପ୍ୟାକ୍ ଆପଣଙ୍କ ମୁହଁରେ ଚମକ ଦେଇଥାଏ ।

    ଏହା ସହିତ ତୁଳସୀ ପତ୍ର ମାସ୍କ ବ୍ୟବହାର କରିବା ଦ୍ବାରା ଅକାଳ ଚର୍ମ ବୟସକୁ ରୋକିବାରେ ସାହାଯ୍ୟ କରିଥାଏ । ବ୍ରଣ ଜନିତ ସମସ୍ୟା, ମୁହଁର ରଙ୍ଗ ପରିବର୍ତ୍ତନ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ତ୍ବଚାରେ ଚମକ ଆଣିବାକୁ ଚାହାଁନ୍ତି ତେବେ ଏହାକୁ ନିଶ୍ଚୟ ଟ୍ରାଏ କରନ୍ତୁ । ଏବେ ହିଁ ଏହାର ବ୍ୟବହାର କରିବା ଆରମ୍ଭ କରି ଦିଅନ୍ତୁ । ଆପଣ ସପ୍ତାହରେ ଥରେ କିମ୍ବା ଦୁଇଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ।

    ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନଫ୍ଲାମେଟରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଥିବାରୁ, ତୁଳସୀ ଆପଣଙ୍କ ମୁହଁକୁ ଚନ୍ଦ୍ର ପରି ଚମକ ଦେଇପାରେ। ଏଥିପାଇଁ, ଆପଣଙ୍କୁ କେବଳ ତୁଳସୀରୁ ଫେସ୍ ମାସ୍କ ତିଆରି କରିବାର ସଠିକ୍ ଉପାୟ ଜାଣିବା ଆବଶ୍ୟକ।

    ତୁଳସୀରେ ଅଗଣିତ ଔଷଧୀୟ ଗୁଣ ରହିଛି । ଯାହା ତ୍ବଚା ପାଇଁ ଗୁରୁତ୍ବପୂର୍ଣ୍ଣ ଉପାଦାନ ହୋଇଥାଏ । ଏଥିରେ ଫେସ୍ ମାସ୍କ ତିଆରି କରି ବ୍ୟବହାର କରିବା ସହଜ ଉପାୟ ରହିଛି । ଯାହା ଆଶ୍ଚର୍ଯ୍ୟଜନକ ଲାଭ ପ୍ରଦାନ କରିଥାଏ । ପ୍ରାକୃତିକ ଉପାୟରେ ଅନେକ ଚର୍ମ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ । ଏହି ଫେସ୍ ପ୍ୟାକକୁ ମୁହଁ ବ୍ୟତୀତ ବେକରେ ମଧ୍ୟ ଲଗାଇପାରିବେ । ଭଲ ଫଳାଫଳ ପାଇଁ ଏହି ଫେସ୍ ପ୍ୟାକକୁ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ । ମୁହଁ ଧୋଇବା ସମୟରେ ଉଷୁମ ପାଣିର ବ୍ୟବହାର କରିବା ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଏହାକୁ ତିଆରି କରିବା ସଠିକ୍ ଉପାୟ ସମ୍ପର୍କରେ ଜାଣିବା ।

    ପ୍ରଥମେ ୮-୧୦ଟି ତୁଳସୀ ପତ୍ରକୁ ନେଇ ଭଳ ଭାବରେ ଧୋଇ ସଫା କରନ୍ତୁ । ଏବେ ତୁଳସୀ ପତ୍ରକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ । ଏହି ଗ୍ରାଇଣ୍ଡିଂ ହୋଇଥିବା ପେଷ୍ଟରେ ଗୋଟିଏ ଚାମଚ ଦହି ମିଶାନ୍ତୁ । ଏହି ଦୁଇଟିକୁ ଏବେ ଭଲ ଭାବରେ ମିଶାଇ ନିଅନ୍ତୁ । ପରେ ଏହି ପ୍ୟାକକୁ ଫେସରେ ଲଗାନ୍ତୁ । ଯାହା ଆପଣଙ୍କୁ ସୁସ୍ଥ ଗ୍ଲୋଇଂ ତ୍ବଚା ପ୍ରଦାନ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.1 ° C
    31.1 °
    31.1 °
    63 %
    1.1kmh
    48 %
    Mon
    31 °
    Tue
    32 °
    Wed
    31 °
    Thu
    28 °
    Fri
    28 °

    ସମ୍ବନ୍ଧିତ